ନାଗପୁର: କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ନାଗପୁରରେ ଏକ ସାମ୍ବାଦିକତା ପୁରସ୍କାର ସମାରୋହରେ ଗଣମାଧ୍ୟମକୁ ସମ୍ବୋଧିତ କରି ଗଡ଼କରୀ କହିଛନ୍ତି, ମୁଁ ଉକ୍ତ ନେତାଙ୍କୁ କହିଥିଲି ଯେ ମୁଁ ଜଣେ ବ୍ୟକ୍ତି ଯିଏ କି ଗୋଟିଏ ଆଦର୍ଶ ଓ ବିଶ୍ୱାସକୁ ଅନୁସରଣ କରେ। ମୁଁ ଏପରି ଏକ ପାର୍ଟିରେ ଅଛି ଯାହା ମୋତେ ସବୁ କିଛି ଦେଇଛି ଯାହା ମୁଁ କେବେ ସ୍ୱପ୍ନରେ ବି ଭାବି ନ ଥିଲି। କୌଣସି ପ୍ରସ୍ତାବ ମୋତେ ଆକର୍ଷିତ କରିପାରିବ ନାହିଁ। ତେବେ କେଉଁ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ ସେ ସଂପର୍କରେ ଗଡ଼କରୀ କିଛି ସ୍ପଷ୍ଟ କରିନାହାନ୍ତି।
ପ୍ରଧାନମନ୍ତ୍ରୀ ପଦ ପାଇଁ ବିରୋଧୀ ଦଳ ନେତା ମୋତେ ପ୍ରସ୍ତାବ ଦେଇଥିଲେ: ନୀତିନ ଗଡ଼କରୀ
କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
/sambad/media/post_attachments/wp-content/uploads/2021/05/nitin-gadkari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)