ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର ହୋଇଥିଲି: ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ପିଲାଦିନେ ତାଙ୍କ ବାପାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିଲେ। କମିସନ ପକ୍ଷରୁ ପ୍ରାୟ ୧୦୦ ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମାଲିୱାଲ ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ମୁଁ ଶିଶୁ ଥିବାବେଳେ ବାପାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିଲି। ସେ ମୋ ଚୁଟି ଧରି ମୁଣ୍ଡକୁ କାନ୍ଥରେ ଖୁବ ଜୋରରେ ବାଡ଼େଇ ଦେଉଥିଲେ। ଫଳରେ ମୁଣ୍ଡରୁ ରକ୍ତ ବାହାରୁଥିଲା ଏବଂ ଦରଜ ହେଉଥିଲା। ମୁଁ ବେଡ୍‌ ତଳେ ଡରରେ ଲୁଚି ଯାଉଥିଲି। ରାତିସାରା ଚିନ୍ତା କରୁଥିଲି ମହିଳାମାନଙ୍କୁ କିଭଳି ହକ୍‌ ମିଳିବ। ପିଲା ଏବଂ ମହିଳାମାନଙ୍କୁ ଶୋଷଣ କରୁଥିବା ଲୋକଙ୍କୁ କିଭଳି ପ୍ରକୃତ ଶିକ୍ଷା ଦେବି।

ଚତୁର୍ଥ ଶ୍ରେଣୀରେ ପଢ଼ିବା ପର୍ଯ୍ୟନ୍ତ ସେ ବାପାଙ୍କ ସହ ରହୁଥିଲେ। ସେହି ସମୟ ପର୍ଯ୍ୟନ୍ତ ବାପା ଏଭଳି କାର୍ଯ୍ୟ ଅନେକ ବାର କରିଥିଲେ। ଏହାପରେ ଆମେ ବାପାଙ୍କ ନିକଟରୁ ପଳାଇ ଆସିଥିଲୁ। ଜୀବନରେ ଏଭଳି ଚାଲେଞ୍ଜର ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ଯନ୍ତ୍ରଣାକୁ ବୁଝିପାରିଥାନ୍ତି। ଏଥିସହିତ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସହାନୁଭୂତିଶୀଳ ହୋଇଥାନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ବାତୀ ୨୦୧୫ରୁ ଦିଲ୍ଲୀ ମହିଳା କମିସନର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର