ମୁମ୍ବାଇ: କଙ୍ଗନା ରାଣାୱତ କହିଛନ୍ତି ଯଦି ତାଙ୍କ ବିରୋଧରେ ଆସିଥିବା ଡ୍ରଗ୍ସ ଲିଙ୍କ୍ର ପ୍ରମାଣ ମିଳେ, ସେ ମୁମ୍ବାଇ ଛାଡ଼ିଦେବେ। ମହାରାଷ୍ଟ୍ର ସରକାରଙ୍କର ସାହସ ଅଛିତ ତାଙ୍କ ବିରୋଧରେ ତଦନ୍ତ କରାନ୍ତୁ ବୋଲି କଙ୍ଗନା ଆହ୍ବାନ ଜଣାଇଛନ୍ତି। କଙ୍ଗନାଙ୍କ ବିରୋଧରେ ଆସିଥିବା ଡ୍ରଗ୍ସ ମାମଲାର ତଦନ୍ତ କରାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ। ତେବେ ସମସ୍ତ ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କଙ୍ଗନା କହିଛନ୍ତି। କଙ୍ଗନା ଟ୍ବିଟ୍ କରିଛନ୍ତି, ‘ମୁଁ ଖୁସି ହେବି। ମୁମ୍ବାଇ ପୁଲିସ ଏବଂ ଅନିଲ ଦେଶମୁଖଙ୍କ ନିକଟରେ କୃତଜ୍ଞ ରହିବି, ଯଦି ମହାରାଷ୍ଟ୍ର ସରକାର ମୋ ବିରୋଧରେ ଡ୍ରଗ୍ସ ଲିଙ୍କ୍ ଅଭିଯୋଗର ତଦନ୍ତ କରିବେ।’ କଙ୍ଗନା ନିଶା ସେବନ କରୁଥିଲେ କି ନାହିଁ ମୁମ୍ବାଇ ପୁଲିସ ଏହାର ତଦନ୍ତ କରିବ ବୋଲି ଦେଶମୁଖ କହିଥିଲେ।
ଡ୍ରଗ୍ସ ଲିଙ୍କ୍ ପ୍ରମାଣ ମିଳିଲେ ମୁମ୍ବାଇ ଛାଡ଼ିଦେବି: କଙ୍ଗନା
/sambad/media/post_attachments/wp-content/uploads/2020/01/491135-kangna-ranaut111.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)