ମୁଁ ହାରିଗଲେ ଦେଶ ଛାଡ଼ିଦେବି: ଟ୍ରମ୍ପ୍‌

ମ୍ୟାକନ୍‌ (ଆମେରିକା): ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ କାରଣରୁ ଜନମତରେ ବେଶ୍‌ ତଳକୁ ଖସିଆସିଥିବା ରିପବ୍ଲିକାନ୍‌ ଦଳର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଶୁକ୍ରବାର ନିଜ ନିର୍ବାଚନୀ ପ୍ରଚାରରେ ଲୋକଙ୍କୁ ଭାବପ୍ରବଣତାରେ ପୋତିଦେଇଛନ୍ତି। ଫ୍ଲୋରିଡ଼ା ଓ ଜର୍ଜିଆରେ ଆୟୋଜିତ ନିର୍ବାଚନୀ ସଭାରେ ଦକ୍ଷିଣପନ୍ଥୀମାନଙ୍କ ନିକଟତର ହେବା ଲାଗି ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ଡେମୋକ୍ରାଟ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବାଇଡେନ୍‌ ଦେଶରେ କମ୍ୟୁନିଷ୍ଟ ଶାସନକୁ ପ୍ରୋତ୍ସାହିତ କରିବା ସହ ଆମେରିକାକୁ ପ୍ରବାସୀ ଅପରାଧୀଙ୍କ ସୁଅ ଛୁଟାଇବେ ବୋଲି ଟ୍ରମ୍ପ୍‌ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଏ ନିର୍ବାଚନରେ ସେ ଯଦି ହାରିଯାନ୍ତି, ତେବେ ଦେଶ ଛାଡ଼ିଦେବେ ବୋଲି କହି ଟ୍ରମ୍ପ୍‌ ସମର୍ଥକମାନଙ୍କର ସହାନୁଭୂତି ହାସଲ କରିବାକୁ ଚେଷ୍ଟା କରିଛନ୍ତି।

ସମ୍ବନ୍ଧିତ ଖବର