ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ସେ ପୁଣିଥରେ କ୍ଷମତାକୁ ଫେରିବେ।
ଉତ୍ତର କର୍ଣ୍ଣାଟକର ବଗଲକୋଟ ଜିଲ୍ଲାର ହୁନଗୁନ୍ଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବୋମାଇ କହିଛନ୍ତି, ସମାଜର ସବୁ ଶ୍ରେଣୀର ଲୋକଙ୍କ ସାମାଜିକ ନ୍ୟାୟ ପାଇଁ ସେ କାମ କରିଛନ୍ତି। ଏହାଦ୍ବାରା ଗତ ୪ ବର୍ଷ ମଧ୍ୟରେ ବାର୍ଷିକ ମୁଣ୍ଡପିଛା ଆୟ ୧ ଲକ୍ଷ ବୃଦ୍ଧି ପାଇଛି। ତେଣୁ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଫେରିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ବୋମାଇ କହିଛନ୍ତି, ଭଗବାନ ମତେ କର୍ଣ୍ଣାଟକର ସେବା କରିବାପାଇଁ ସୁଯୋଗ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/bomai.jpg)