ରାଜସ୍ତାନର ଲଙ୍ଗେଓ୍ବାଲାଠାରେ ମୁତୟନ ହେବ ଲାଇଟ୍ କମ୍ବାଟ୍ ହେଲିକପ୍ଟର, ଯୋଗ ଦେବେ ରାଜନାଥ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ଆସନ୍ତାକାଲି ରାଜସ୍ଥାନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ମୁତୟନ କରାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)କୁ ସେନା ପକ୍ଷରୁ ରାଜସ୍ତାନର ଲଙ୍ଗେଓ୍ବାଲାଠାରେ ମୁତୟନ କରାଯିବ । ଏହି ଲଙ୍ଗେଓ୍ବାଲାରେ ହିଁ ଭାରତୀୟ ସେନା ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାର ଆକସ୍ମିକ ଆକ୍ରମଣର ମୁହଁତୋଡ ଜବାବ ଦେଇଥିଲା । ତେବେ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି।

ସେ କରିଥିବା ଟ୍ବିଟରେ ଲେଖାଯାଇଛି ‌ଯେ, ମୁଁ ଆସନ୍ତାକାଲି, ଅକ୍ଟୋବର ୩ରେ ରାଜସ୍ଥାନର ଯୋଧପୁରକୁ ଯିବି। ସେଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ମୁତୟନ ସମାରୋହରେ ଯୋଗଦେବି।

ସମ୍ବନ୍ଧିତ ଖବର