ଦୁଷ୍କର୍ମକାରୀଙ୍କ ମୃତ୍ୟୁଦଣ୍ଡ ପାଇଁ ମୁଁ ସ୍ୱେଚ୍ଛାରେ ଘାତକ ସାଜିବି: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଦେଶରେ ବାଳିକାମାନଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱେଚ୍ଛାରେ ଘାତକ ସାଜିବାକୁ କୁଣ୍ଠାବୋଧ କରିବେ ନାହିଁ ବୋଲି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ରବିବାର ଦିନ କହିଛନ୍ତି।

ନିକଟରେ ଘଟିଯାଇଥିବା ଦୁର୍ଷ୍କମ ମାମଲା ଉପରେ ନିଜର ଆବେଗ ପ୍ରକାଶ କରି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଟୁଇଟ୍‌ କରିଛନ୍ତି: ଘାତକ ଚାକିରି ପ୍ରତି କେହି ଆଶାୟୀ ନ ଥାନ୍ତି। କିନ୍ତୁ, ବାଳିକାମାନଙ୍କ ସହ ପଶୁ ସମାନ ଦୁଷ୍କର୍ମ କରି ହତ୍ୟା କରୁଥିବା ଆତତାୟୀଙ୍କ ପାଇଁ ଘାତକ ହେବାକୁ ମୁଁ ବିନାଦ୍ୱିଧାରେ ସ୍ୱେଚ୍ଛାସେବୀ ସାଜିବି।

ବିଶେଷ କରି ସୁରତରେ ଦୁଷ୍କର୍ମ ସରବ୍ୟ ହୋଇଥିବା ୯ ବର୍ଷୀୟ ବାଳିକା ମାମଲାରେ ସେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ୮୬ଟି ଆଘାତ ଚିହ୍ନ ଥାଇ ସେ ବାଳିକାର ଶବ ଗତ ସପ୍ତାହରେ ମିଳିଥିଲା। ମହିନ୍ଦ୍ରା କହିଛନ୍ତି ଶାନ୍ତ ରହିବାକୁ ଚେଷ୍ଟା କରି ମଧ୍ୟ ସେ ରହି ପାରୁ ନାହାନ୍ତି। ଭାରତରେ ଯାହା ଘଟୁଛି ସେଥିରେ ତାଙ୍କ ରକ୍ତ ଟକମକ ହୋଇ ଫୁଟୁଛି।

ଜମ୍ମୁ ଓ କଶ୍ମୀରରେ କାଠୁଆରେ ଆଠ ବର୍ଷୀୟ ଯାଯାବର ବାଳିକା ଏବଂ ଉନ୍ନାଓରେ ଜଣେ କିଶୋରୀଙ୍କ ସହ ଦୁଷ୍କର୍ମ ମାମଲାରେ ଦେଶବ୍ୟାପୀ ଚାଲିଥିବା ପ୍ରତିବାଦ ସମୟରେ ଲୋକଲୋଚନକୁ ଆସିଛି ଗୁଜରାଟ ଦୁଷ୍କର୍ମ ଘଟଣା।

ସମ୍ବନ୍ଧିତ ଖବର