ବାୟୁସେନା ଆକ୍ରମଣର ପ୍ରମାଣ ମାଗିଲେ ମମତା

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା ପାକିସ୍ତାନରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ଦାବି କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାକିସ୍ତାନ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ କୌଣସି ସର୍ବଦଳୀୟ ବୈଠକ ଡକାଇ ନାହାନ୍ତି ଏବଂ ସରକାର ଅପରେସନ ସଂପର୍କରେ କୌଣସି ତଥ୍ୟ ଦେଉନାହାନ୍ତି ବୋଲି ମମତା କହିଛନ୍ତି। କେତେ ଆତଙ୍କବାଦୀ ମରିଛନ୍ତି ସେ ସଂପର୍କରେ ମୋଦୀ ସରକାର ତଥ୍ୟ ରଖିବାକୁ ହେବ ବୋଲି ମମତା କହିଛନ୍ତି। ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ଏହି ସର୍ଜିକାଲ ଷ୍ଟ୍ରାଇକ୍‌କୁ ଏକ ପ୍ରସଙ୍ଗ କରୁଥିବାରୁ ଏ ସଂପର୍କରେ ତାଙ୍କୁ ସବିଶେଷ ତଥ୍ୟ ରଖିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର