ସୁରକ୍ଷିତ ଭାବେ ଉଦ୍ଧାର ହେଲେ ବାୟୁସେନାର ଉଦ୍ଧାରକାରୀ ଦଳ, ପ୍ରତିକୂଳ ପାଗ ଯୋଗୁଁ ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରେ ଅଟକି ରହିଥିଲେ

ନୂଆଦିଲ୍ଲୀ: ଜୁନ୍‌ ୧୨ ତାରିଖ ଦିନ ଅରୁଣାଚଳ ପ୍ରଦେଶରେ ବାୟୁସେନା ବିମାନ ଏଏନ୍‌-୩୨ ଦୁର୍ଘଟଣାସ୍ଥଳକୁ ଏୟାର୍‌ଡ୍ରପ୍‌ ହୋଇଥିବା ୧୫ ଜଣିଆ ଉଦ୍ଧାରକାରୀ ଦଳଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ୧୫ ଜଣିଆ ଦଳରେ ୮ ବାୟୁସେନା କର୍ମଚାରୀ ଓ ୪ ସେନା କର୍ମଚାରୀ ଓ ୩ ଜଣ ସାଧାରଣ ନାଗରିକ ଥିଲେ । ପ୍ରତିକୂଳ ପାଗ ଯୋଗୁଁ ସେମାନେ ସେଠାରେ ଫସିରହିଥିଲେ ଓ ସେମାନଙ୍କୁ ଉଠାଯାଇପାରୁନଥିଲା ।  ସେମାନଙ୍କ ନିକଟକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିମାନ ଯୋଗେ ପକାଇ ଦିଆଯାଉଥିଲା । ଏହି ଉଦ୍ଧାରକାରୀ ଦଳର ସବୁ ଯବାନ ସୁସ୍ଥ ଅଛନ୍ତି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର