ନୂଆଦିଲ୍ଲୀ: ଆଜି ଅଷ୍ଟମ ଦିନରେ ଭାରତୀୟ ବାୟୁ ସେନାର ନିଖୋଜ ବିମାନ ଏଏନ୍‌-୩୨ର ସର୍ଚ ଅପରେସନ ଜାରି ରହିଛି। ଭାରତୀୟ ବାୟୁ ସେନା ପକ୍ଷରୁ କୁହାଯାଇଛି ଯେ ନିଖୋଜ ବିମାନକୁ ଖୋଜିବା ପାଇଁ ଖରାପ ପାଗ ଅଧିକାଂଶ ସମୟରେ ବାଧକ ସାଜୁଛି।

Advertisment

ଏହି ସର୍ଚ ଅପରେସନରେ ନିକଟରେ ୭ ଜଣ ପର୍ବତ ଆରୋହୀ ସାମିଲ୍‌ ହୋଇଛନ୍ତି। ଏହି ସାତ ଜଣଙ୍କ ମଧ୍ୟରୁ ୨ ଜଣ ଏଭରେଷ୍ଟ ଆରୋହ କରିଛନ୍ତି ବୋଲି ସୂଚନା ରହିଛି।

ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲା ପ୍ରଶାସନ ନିଖୋଜ ବିମାନକୁ ଖୋଜିବା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି।

publive-image Latestly

ଅନ୍ୟପକ୍ଷରେ ନିଖୋଜ ବିମାନର ପାଇଲଟ୍‌ ଓଡ଼ିଆଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ଆସିକା ସାଂସଦ ପ୍ରମିଳା ବିଶୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୩ ତାରିଖରେ ୧୩ ଜଣ ଯାତ୍ରୀ ଥିବା ଏଏନ୍‌-୩୨ ବିମାନଟି ଅଚାନକ କୁଆଡ଼େ ନିଖୋଜ ହୋଇ ଯାଇଥିଲା। ରାଡର ଛବିରେ ବିମାନଟି ନଦିଶିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ସର୍ଚ ଅପରେସନ ଆରମ୍ଭ ହୋଇଥିଲା।