ନୂଆଦିଲ୍ଲୀ: ଶନିବାର ଦିନ କର୍ଣ୍ଣାଟକର ବେଙ୍ଗାଲୁରୁରେ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ୍ ଭି.ଆର୍. ଚୌଧରୀ ଭାରତ ନିର୍ମିତ ଲଢୁଆ ଜେଟ୍ ଚଳାଇଥିଲେ।
ସେ ଚଳାଇଥିବା ଲଢୁଆ ବିମାନଟି ହେଉଛି ତେଜସ୍ ଫାଇଟର୍ ଜେଟ୍। ବାୟୁସେନାରେ ସାମିଲ ହେବାକୁ ଥିବା ଭାରତ ନିର୍ମିତ ଲଢୁଆ ବିମାନ ସମୀକ୍ଷା କରିବା ପାଇଁ ବାୟୁସେନା ମୁଖ୍ୟ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତରେ ଯାଇଥିଲେ।
#WATCH | Indian Air Force chief Air Chief Marshal VR Chaudhari taking off in a Light Combat Aircraft Tejas fighter jet in Bengaluru, Karnataka. pic.twitter.com/TntYGtq6cr
— ANI (@ANI) August 6, 2022
ଏ ସଂକ୍ରାନ୍ତରେ ଟୁଇଟ୍ କରି ଭାରତୀୟ ବାୟୁସେନା ଲେଖିଛି: ‘ସିଏଏସ୍’ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତରେ ଯାଇ ସ୍ବଦେଶରେ ନିର୍ମିତ ‘ଲାଇଟ୍ କମ୍ବାଟ୍ ଏୟାର୍କ୍ରାଫ୍ଟ୍ ଏମ୍କେ୧ ‘ତେଜସ୍’, ଲାଇଟ୍ କମ୍ବାଟ୍ ହେଲିକପ୍ଟର୍’ ଏବଂ ‘ଏଚ୍ଟିଟି-୪୦’ ଚଳାଇଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନର ଅଂଶବିଶେଷ ଭାବେ ଏହି ବିମାନ ସବୁ ଭାରତୀୟ ବାୟୁସେନାରେ ସାମିଲ ହେବ।
ତେଜସ୍ ପ୍ରୋଗ୍ରାମ୍ର ଉନ୍ନୀତ ସଂସ୍କରଣ ଓ ଅନ୍ୟ ଦୁଇଟି ବିମାନର ସାମର୍ଥ୍ୟ ‘ସିଏଏସ୍’ଙ୍କ ଆଗରେ ପ୍ରଦର୍ଶନ କରାଯାଇଥିଲା। ଲଢୁଆ ବିମାନ ନିର୍ମାଣର ସାମ୍ପ୍ରତିକ ସ୍ଥିତି ଏବଂ ଭବିଷ୍ୟତର ଯୋଜନା ବିଷୟରେ ବୁଝିବା ଲାଗି ସେ ‘ଟେଷ୍ଟ୍ କ୍ରୁ’ ଏବଂ ‘ଡିଜାଇନର୍’ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ବୋଲି ‘ଆଇଏଏଫ୍’ କହିଛି।