ମୁମ୍ବାଇ: ଆସାମର ମାଜୁଲି ଦ୍ୱୀପରେ ଭାରତୀୟ ବାୟୁ ସେନାର ଏକ ମାଇକ୍ରୋଲାଇଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଦୁଇଜଣ ପାଇଲଟ୍ ନିହତ ହୋଇଛନ୍ତି । ସ୍ଥାନୀୟ ପୁଲିସ ସୁତ୍ରରୁ ପ୍ରକାଶ ଯେ ଏହି ବିମାନଟି ଜୋରହାଟ୍ ଜିଲ୍ଲାର ରାଓରିଆ ଏୟାରପୋର୍ଟରୁ ଉଡାଣ ଭରି ମାଜୁଲି ଆଡକୁ ଯାଉଥିବାବେଳେ ଅପରାହ୍ନ ୧.୩୦ରେ ସୁମୋଇମାରି ଚାପୋରୀ ନିକଟରେ ଦୁର୍ଘଟଣା ଗସ୍ତ ହୋଇ ଖସିପଡିଥିଲା ଯେଉଁଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।
/sambad/media/post_attachments/wp-content/uploads/2018/02/iaf-300x169.jpg)
ଦୁର୍ଘଟଣା ଖବର ପାଇଁ ବାୟୁସେନା ଓ ପ୍ରତିରକ୍ଷା ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇଛନ୍ତି । ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ପାଇଁ ବାୟୁସେନା ନିର୍ଦ୍ଦେଶ ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/iaf1.jpg)
