ସିକ୍କିମ : ବାୟୁସେନା ହେଲିକାପ୍ଟରର ଜରୁରୀ ଅବତରଣ

ସିକ୍କିମ : ଭାରତୀୟ ବାୟୁସେନାର ଏକ ଏମ-୧୭ ହେଲିକାପ୍ଟରର ସିକ୍କିମରେ ଜରୁରୀକାଳୀନ ଅବତରଣ କରିଛି । ଏହା ସିକ୍କିମର ଚାଟେନରୁ ମୁକୁଟାଙ୍ଗକୁ ଏକ ନିୟମିତ ଉଡ଼ାଣରେ ଯାଇଥିଲା । ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ହେଲିପ୍ୟାଡ ପହଞ୍ଚିବା ପୂର୍ବରୁ ଏହା ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲା । ଏହି ଲ୍ୟାଣ୍ଡିଂ ବେଳେ ହେଲିକାପଫରର କ୍ଷତି ହୋଇଥିଲେ ମଧ୍ୟ ଏଥିରେ ବସିଥିବା ପ୍ରାୟ ୬ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହି ହେଲିକାପଫରରେ ପାଇଲଟଙ୍କୁ ମିଶାଇ ଭାରତୀୟ ବାୟୁସେନାର ୪ ଜଣ ଭାରତୀୟ ସେନାର ୨ ଜଣ ବ୍ୟକ୍ତି ଥିଲେ ।

ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ହେଲିକାପ୍ଟରଟି ସକାଳ ୬ଟା ୪୫ ମିନିଟରେ ଉଡ଼ାଣ ଭରିଥିଲା ଓ ସିକ୍କିମର ମୁକୁଟାଙ୍ଗଠାରେ ଥିବା ସେନା ଶିବିର ଅଭିମୁଖେ ଯାଇଥିଲା । ତେବେ ପରେ ଏହି ହେଲିକାପ୍ଟରରେ କେତେକ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ହେଲିପ୍ୟାଡ ପହଞ୍ଚିବାର ୧୦ ନଟିକାଲ ମାଇଲ ପୂର୍ବରୁ ଏହା ଜରୁରୀ ଅବତରଣ କରିଥିଲା । ଏହି ଅବତରଣ ବଳେ ହେଲିକାପ୍ଟରର ବ୍ୟାପକ କ୍ଷତି ହୋଇଥିବା ଜଣାଯାଇଛି । ଏହି ହେଲିକାପ୍ଟରର ନିକଟକୁ ସହାୟତା ପହଞ୍ଚାଇବାକୁ ବାୟୁସେନା ପକ୍ଷରୁ ୨ଟି ହେଲିକାପ୍ଟରର ପଠାଯାଇଛି । ଏହି ଘଟଣାର ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର