‘ଗରୁଡ଼’ ସମରାଭ୍ୟାସ ପାଇଁ ଫ୍ରାନ୍‌ସ୍‌ର ବାୟୁସେନା ବେସ୍‌ରେ ପହଞ୍ଚିଲା ଭାରତୀୟ ବାୟୁସେନା ଟିମ୍‌

ନୂଆଦିଲ୍ଲୀ: ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ‘ଗରୁଡ଼’ ସମରାଭ୍ୟାସରେ ଅଂଶଗ୍ରହଣ କରିବାକୁ ଭାରତୀୟ ବାୟୁସେନାର ଏକ ଟିମ୍‌ ଶୁକ୍ରବାର ଦିନ ଫ୍ରାନ୍‌ସ୍‌ର ମଣ୍ଟେ-ଡି-ମାର୍ସାନ୍‌ ଏୟାର୍‌ ବେସ୍‌ରେ ଅବତରଣ କରିଛି। ଜୁଲାଇ ୧ ତାରିଖରୁ ୧୪ ତାରିଖ ଯାଏଁ ଫ୍ରାନ୍‌ସ୍‌ରେ ଏହି ମିଳିତ ସମରାଭ୍ୟାସ ପାଇଁ କାର୍ଯ୍ୟନିର୍ଘଣ୍ଟ ଧାର୍ଯ୍ୟ କରା ଯାଇଛି।

ମଣ୍ଟେ-ଡି-ମାର୍ସାନ୍‌ ଏୟାର୍‌ ବେସ୍‌ର ବେସ୍‌ କମାଣ୍ଡର୍‌, କର୍ଣ୍ଣେଲ୍‌ ଗାଡିଲେର୍‌ ଭାରତୀୟ ବାୟୁସେନାର କଣ୍ଟିଜେଣ୍ଟ୍‌କୁ ଭବ୍ୟ ସ୍ୱାଗତପୂର୍ବକ ପାଛୋଟି ନେଇଥିଲେ।

Image Source: India Today

ଫ୍ରାନ୍‌ସ୍‌ର ମଣ୍ଟେ-ଡି-ମାର୍ସାନ୍‌ ଏୟାର୍‌ ବେସ୍‌ରେ ଆୟୋଜନ ହେବାକୁ ଯାଉଥିବା ‘ଗରୁଡ଼-୬’ ସମରାଭ୍ୟାସ ହେଉଛି ଦୁଇ ବାୟୁସେନାଙ୍କ ମଧ୍ୟରେ ଯୋଜନା କରାଯାଇଥିବା ସର୍ବବୃହତ୍‌ ବାୟୁସେନା ସମରାଭ୍ୟାସ।

ଭାରତୀୟ କଣ୍ଟିଜେଣ୍ଟ୍‌ରେ ଅଛନ୍ତି ୧୨୦ ଜଣ ବାୟୁସେନା ଯବାନ। ୪ଟି ସୁଖୋଇ ୩୦ ଏମ୍‌କେଆଇ, ଗୋଟିଏ ଆଇଏଲ୍‌-୭୮ ଇନ୍ଧନ ଭରଣ ବିମାନ ନେଇ ସେମାନେ ଫ୍ରାନ୍‌ସର ଫ୍ରାନ୍‌ସ୍‌ର ମଣ୍ଟେ-ଡି-ମାର୍ସାନ୍‌ ଏୟାର୍‌ ବେସ୍‌ରେ ପହଞ୍ଚିଛନ୍ତି।

ପୂର୍ବରୁ ଜୁନ୍‌ ୨୦୧୪ରେ ‘ଗରୁଡ଼ ୫’ ସମରାଭ୍ୟାସ ଭାରତର ଯୋଧପୁରସ୍ଥିତ ଏୟାର୍‌ ଫୋର୍ସ ଷ୍ଟେସନ୍‌ରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର