ଋଷୀୟ ସେନାରେ ସାମିଲ ହେବା ପରେ ହିଁ ସୁଖୋଇ-୫୭ ସାମିଲ ସମ୍ପର୍କରେ ବିଚାର କରାଯିବ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତକୁ ନିଜର ଅତ୍ୟାଧୁନିକ ୫ମ ପିଢିର ସୁଖୋଇ-୫୭ ଲଢୁଆ ବିମାନ ଦେବାକୁ ଋଷିଆ ପ୍ରସ୍ତାବ ଦେଇଥିବାବେଳେ ଭାରତ କହିଛି ଯେ ଋଷିଆ ସେନା ବାହିନୀରେ ଏହି ବିମାନ ସାମିଲ ହେବା ପରେ ଏ ସଂପର୍କରେ ବିଚାର କରାଯିବ । ମସ୍କୋ ଗସ୍ତରେ ଥିବା ବାୟୁସେନା ମୁଖ୍ୟ ବିଏସ ଧାନୋଆ ଋଷୀୟ ମିଲିଟାରୀ ପତ୍ରିକା କାସନାୟା ବେଜଦାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଏହି ବିମାନ ସଂପର୍କରେ ଏବେ ଭାରତ ସରକାର କୌଣସି ବିଚାର କରୁନାହାନ୍ତି । ଏହା ଋଷୀୟ ବାୟୁସେନାରେ ସାମିଲ ହେବା ପରେ ଏ ସଂପର୍କରେ ବିଚାର କରାଯିବ ।

ସୂଚନାଯୋଗ୍ୟ ଯେ ଭାରତ ସହ ମିଶି ଏହି ୫ମ ପିଢିର ବିମାନକୁ ଆହୁରି ବିକଶିତ କରିବାକୁ ଋଷିଆ ପ୍ରସ୍ତାବ ଦେଇଛି, ଯେପରିକି ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଏହି ଦୁଇଦେଶର ଏୟାରଫୋର୍ସରେ ମୁଖ୍ୟ ବିମାନଭାବେ କାମ କରିପାରିବ । ଏକଥା କହିଛନ୍ତି ଋଷିଆର ଜାତୀୟ ସାମରିକ ଓ ପ୍ରଯୁକ୍ତିଗତ ସହଯୋଗିତା ସଂସ୍ଥାର ଉପ-ନିର୍ଦ୍ଦେଶକ ଭ୍ଲାଦିମିର ଡ୍ରୋଜୋଭ କହିଛନ୍ତି । ସେ କହିଛନ୍ତି ଯେ ସୁଖୋଇ-୫୭ର କେତେକ ସ୍ୱତନ୍ତ୍ର ସାମରିକ କ୍ଷମତା ରହିଛି ଯାହାକି ଅନ୍ୟ ବିମାନରେ ନାହିଁ ।

ସମ୍ବନ୍ଧିତ ଖବର