ନୂଆଦିଲ୍ଲୀ: ଫ୍ରାନ୍ସ କମ୍ପାନି ଦାସଲ୍ଟ ନିର୍ମିତ ଲଢ଼ୁଆ ବିମାନ ରାଫେଲର କ୍ରୟକୁ ନେଇ ଦେଶରେ ରାଜନୈତିକ ବାଦାନୁବାଦ ଚାଲିଥିବା ବେଳେ ଆଜି ଖୋଦ୍ ଭାରତୀୟ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର ନିଜେ ଲଢ଼ୁଆ ରାଫେଲର ପରୀକ୍ଷା ମୂଳକ ଉଡ଼ାଣ କରିଛନ୍ତି। ଫ୍ରାନ୍ସର ଇଷ୍ଟର ଏୟାରବେସ୍ରୁ ଡେପୁଟି ଏୟାର ମାର୍ଶାଲ ନାମ୍ବିଆର ସମ୍ମୁଖ ପାଇଲଟ ସିଟ୍ରେ ବସି ଲଢ଼ୁଆ ବିମାନ ରାଫେଲର ପରୀକ୍ଷା ମୂଳକ ଉଡ଼ାଣ କରିଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଡେପୁଟି ଏୟାର ମାର୍ଶାଲ ନାମ୍ବିଆର ଯେଉଁ ରାଫେଲ ବିମାନଟିର ପରୀକ୍ଷାମୂଳକ ଉଡ଼ାଣ କଲେ ସେଥିରେ ଭାରତୀୟ ବାୟୁସେନାର ଆବଶ୍ୟକତା ଅନୁଯାୟୀ ସଫ୍ଟେଓ୍ଵର ସମେତ ଅନ୍ୟ ସମସ୍ତ ପ୍ରକାରର ଆବଶ୍ୟକତା ମୁତାବକ ବିଶେଷ ସୁବିଧା ମହଜୁଦ୍ ରହିଥିଲା।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ପ୍ରଥମ ଦଫାରେ ଫ୍ରାନ୍ସରୁ ଯେଉଁ ତିନିଟି ରାଫେଲ ବିମାନ ଆସି ଭାରତର ଗୋଓ୍ଵାଲିୟର ସ୍ଥିତ ମାହାରାଜପୁର ଏୟାର ବେସ୍ରେ ଅବତରଣ କରିଥିଲା, ସେ ବିମାନରେ ଏହି ସୁବିଧା ଲପଲବ୍ଧ ନଥିଲା। କାରଣ ସେ ରାଫେଲ ବିମାନଗୁଡ଼ିକ ଅଷ୍ଟ୍ରେଲିଆରେ ଆୟୋଜିତ ଏକ ସାମରିକ ସମରାଭ୍ୟାସରେ ଯୋଗଦେବା ପରେ ସେଠାରୁ ସିଧା ଭାରତ ଅଭିମୁଖେ ଆସିଥିଲେ। କିନ୍ତୁ, ଆଜି ଡେପୁଟି ଏୟାର ମାର୍ଶାଲ ନାମ୍ବିଆର ଯେଉଁ ରାଫେଲ ବିମାନଟିର ପରୀକ୍ଷାମୂଳକ ଉଡ଼ାଣ କଲେ ସେଥିରେ ଭାରତୀୟ ବାୟୁସେନାର ଆବଶ୍ୟକତା ଅନୁଯାୟୀ ସଫ୍ଟେଓ୍ଵର ସମେତ ଅନ୍ୟ ସମସ୍ତ ପ୍ରକାରର ଆବଶ୍ୟକତା ମୁତାବକ ବିଶେଷ ସୁବିଧା ମହଜୁଦ୍ ରହିଥିଲା। ଏହା ପୂର୍ବରୁ ଡେପୁଟି ଏୟାର ମାର୍ଶାଲ ନାମ୍ବିଆର ଭାରତୀୟ ବାୟୁସେନା ପକ୍ଷରୁ ତେଜସ୍ର ପ୍ରଥମ ପରୀକ୍ଷାମୂଲକ ଉଡ଼ାଣ କରିଥିବା ବେଳେ ୧୯୯୯ରେ କାରଗିଲ୍ ହିଲ୍ ଉପରେ ତେଜସ୍ ବିମାନରୁ ଏୟାର ଷ୍ଟ୍ରାଇକ୍ କରିବା ସହ ଏହାର ନେତୃତ୍ୱ ନେଇଥିଲେ।
Amidst political storm, IAF deputy chief Air Marshal ‘Nambi’ Nambiar to front-seat fly a Rafale tomorrow in France. Nambi well known as being among first test pilots on the LCA Tejas program & flying precision strikes on Tiger Hill during the 1999 Kargil conflict. pic.twitter.com/26x0pJGA0T
— Livefist (@livefist) September 19, 2018
ଡେପୁଟି ଏୟାର ମାର୍ଶାଲ ନାମ୍ବିଆର ଆଜି ନିଜେ ରାଫେଲର ପରୀକ୍ଷା ମୂଳକ ଉଡ଼ାଣ କରି ସାରିବା ପରେ କହିଛନ୍ତି ଯେ ରାଫେଲ ହେଉଛି ସମସ୍ତ ଆବଶ୍ୟକତାକୁ ପୂରଣ କରିପାରୁଥିବା ଆଧୁନିକ ପିଢ଼ିର ସଂପୂର୍ଣ୍ଣ ଅତ୍ୟାଧୁନିକ ଏବଂ ଏକ ବିଶ୍ୱାସଯୋଗ୍ୟ ଲଢ଼ୁଆ ବିମାନ। ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣରେ ବୃଦ୍ଧି ପାଇବା ସହ ସମଗ୍ର ଉପମହାଦେଶ ଅଞ୍ଚଳରେ ଭାରତୀୟ ବାୟୁସେନା ସବୁଠାରୁ ଅଧିକ ଶକ୍ତିଶାଳୀ ରୂପେ ଉଭା ହୋଇ ପାରିବ।