୨୪ ତାରିଖରେ ବାୟୁସେନାର ୨୦ ଲଢ଼ୁଆ ଜେଟ୍‌ ବିମାନର  ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵରେ ଅବତରଣ – ଉଡାଣ ଅଭ୍ୟାସ 

ଆଗ୍ରା: ଆସନ୍ତାକାଲି ( ଅକ୍ଟୋବର ୨୦ ତାରିଖ) ଠାରୁ ଅକ୍ଟୋବର ୨୪ ତାରିଖ ଯାଏ ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵରେ ନିର୍ଦ୍ଦିଷ୍ଟ ୫ କିଲୋମିଟର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରି ଦିଆଯିବ। ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ  ଏହି ଏକ୍ସପ୍ରେସେଓ୍ଵରେ ଲଢ଼ୁଆ ବିମାନ ଅବତରଣ ଓ ଉଡ଼ାଣ  କରିବା ପାଇଁ ନିଷ୍ପତ୍ତି ହୋଇଛି। ଗତ ୨୦୧୬ ମସିହା ନଭେମ୍ବର ମାସରେ ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵ ଲୋକାର୍ପ୍ରିତ ହେବା ପରେ ଏହି ଏକ୍ସପ୍ରେସେଓ୍ଵରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଯୁଦ୍ଧ ପରି ଜରୁରି ସମୟରେ ଏହାର ଲଢ଼ୁଆ ବିମାନଗୁଡ଼ିକୁ କିପରି ଏକ୍ସପ୍ରେସେଓ୍ଵ ରେ ଉଡ଼ାଣ ସହିତ ସଫଳ ଅବତରଣ କରାଯାଇ ପାରିବ ସେ ଅଭ୍ୟାସ କରାଯିବ। ଯୁଦ୍ଧ ପରି କୌଣସି ଜରୁରି ପରିସ୍ଥିିତିରେ କିପରି ଜାତୀୟ ରାଜପଥକୁ ବ୍ୟବହାର କରି ଲଢ଼ୁଆ ଜେଟ୍‌ ବିମାନ ଅବତରଣ ଓ ଉଡ଼ାଣ କରାଯାଇପାରିବ ସେ ସମ୍ପର୍କରେ ପାଇଲଟମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧିି ପାଇଁ ବାୟୁସେନା ପକ୍ଷରୁ ଏହି ପଦକ୍ଷେପ ନିଆଯାଉଥିବ ା  ବାୟୁସେନାର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି।

ଯୁଦ୍ଧ ଭଳି ଜରୁରି ପରିସ୍ଥିିତିରେ ଜାତୀୟ ରାଜପଥକୁ ବ୍ୟବହାର କରାଯାଇ ଭାରତୀୟ ବାୟୁସେନା କିପରି ବିମାନଗୁଡ଼ିକୁ ଅବତରଣ ଓ ଉଡ଼ାଣ କରି ପାରିବ ସେଥିପାଇଁ ଆସନ୍ତା ୨୪ ତାରିଖରେ  କରାଯିବ ଅଭ୍ୟାସ। ଆଗ୍ରା- ଲକ୍ଷ୍ନୋ ଏକ୍ସପ୍ରେସେଓ୍ଵରେ ଆସନ୍ତା ୨୪ ତାରିଖ ଦିନ ବାୟୁସେନାର ୨୦ଟି ଯୁଦ୍ଧ ବିମାନ ଏହି ଅଭ୍ୟାସ କରିବେ। ଏହା ଫଳରେ ପାଇଲଟମାନେ  ସେମାନଙ୍କ ଦକ୍ଷତା ବୃଦ୍ଧି କରି ଜରୁରି ପରିସ୍ଥିତିରେ ଜାତୀୟ ରାଜପଥର ଫାଇଦା ନେଇ ପାରିବେ ବୋଲଇ ବାୟୁସେନା ପକ୍ଷରୁ କୁହାଯାଇଛି। ଏଥିପାଇଁ ୨୦ ତାରିଖରୁ ୨୪ ତାରିଖ ଯାଏ ଆଗ୍ରା- ଲକ୍ଷ୍ନେ ଏକ୍ସପ୍ରେସେଓ୍ଵରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିଷ୍ପତ୍ତି ହୋଇଛି।

 

ପ୍ରତିରକ୍ଷା ମନ୍ତ୍ରଣାଳୟର  ଜନସମ୍ପର୍କ ଅଧିକାରୀ ଗାର୍ଗୀ ମଲ୍ଲିକ କହିଛନ୍ତି ଯେ ବାୟୁସେନାର ଉଭୟ ଲଢ଼ୁଆ ଓ  ପରିବହନକାରୀ ୨୦ଟି  ଏୟ୍ରାରକ୍ରାଫ୍ଟ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବେ। ଏଥିରେ ମିରେଜ୍‌ ୨୦୦୦, ଜାଗୁଆର, ସୁଖୋଇ ୩୦ ଓ ଏଏନ ୩୨ ପରିବହନ ବିମାନ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଗାର୍ଗୀ ମଲ୍ଲିକ କହିଛନ୍ତି।  ମଲ୍ଲିକ କହିଛନ୍ତି ଯେ ଲଢ଼ୁଆ ବିମାନଗୁଡ଼ିକର ଉଡ଼ାଣ ଓ ଅବତରଣ ଅକ୍ଟୋବର ୨୪ ତାରିଖ ଦିନ ଅନୁଷ୍ଠିତ ହେବ। କିନ୍ତୁ  ଏହି ରାସ୍ତାରେ ଗାଡ଼ିଚଳାଚଳ ଅକ୍ଟୋବର ୨୦ ତାରିଖରୁ ବନ୍ଦ କରି ଦିଆଯିବ।

photo credit- india today

ଗତବର୍ଷ ନଭେମ୍ବର ମାସରେ ଯେତେବେଳେ ଏହି  ଏକ୍ସପ୍ରେସେଓ୍ଵ  ଲୋକାର୍ପିତ ହୋଇଥିଲା ସେତେବେଳେ  ୮ଟି ଲଢ଼ୁଆ ଜେଟ୍‌ ବିମାନ ଏଠାରେ ଅବତରଣ କରିଥିଲେ।ଉତ୍ତରପ୍ରଦେଶ ଏକ୍ସପ୍ରେସେଓ୍ଵ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଅଥରିଟିଙ୍କ ସୂତ୍ରରୁ ପ୍ରକାଶ ଯେ ଅକ୍ଟୋବର ୨୦ରୁ ୨୪ ତାରିଖ ଯାଏ ରାସ୍ତାର ୨୧୯ କିଲୋମିଟରରୁ ୨୨୪ କିଲୋମିଟର( ୫ କିଲୋମିଟର) ରାସ୍ତା ମଧ୍ୟରେ କୌଣସି ଗାଡ଼ି ଚଳାଚଳ  ପାଇଁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଲକ୍ଷ୍ନୋ  ଓ ଆଗ୍ରା ଯାଉଥିବା ଗାଡ଼ିଗୁଡ଼ିକୁ ଅଧବାଟରୁ ଏହି ୫ ଦିନ ପାଇଁ  ପରିବର୍ତ୍ତନ କରାଯିବ। ଏଥିପାଇଁ  ଗାଡ଼ିଗୁଡ଼ିକ ୬୮ କିଲୋମିଟର ଅଧିକ  ଦୌଡ଼ିବାକୁ ପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର