ଲୁଧିୟାନା: ବାରମ୍ବାର ପାକ୍ ଯୁଦ୍ଧ ବିମାନ ଭାରତ ସୀମା ଭିତରେ ପ୍ରବେଶ କରି ଅପଦସ୍ତ ହେଇ ନିଜ ଦେଶକୁ ଫେରୁଛି ପଛେ ପ୍ରକୃତି କିନ୍ତୁ ଛାଡ଼ି ପାରୁନାହିଁ। ପୁଣି ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରି ଆକ୍ରମଣ ଉଦ୍ୟମ କରିଥିବା ପାକିସ୍ତାନର ୪ଟି ଲଢୁଆ ବିମାନ ଏଫ୍ ୧୬ ବିମାନକୁ ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ ଏବଂ ମିରାଜ୍।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୋମବାର ଭୋର୍ ପ୍ରାୟ ୩ଟା ସମୟରେ ପଞ୍ଜାବର ଖେମକରନ ସେକ୍ଟରରେ ୪ଟି ପାକ୍ ଲଢୁଆ ବିମାନ ଘୂରି ବୁଲୁଥିବା ରାଡର ଚିତ୍ରରୁ ସ୍ପଷ୍ଟ ହୋଇଥିଲା। ପାକ୍ ବିମାନର ଅନୁପ୍ରବେଶ ସୂଚନା ପାଇଁ ଭାରତୀୟ ବାୟୁସେନା ସକ୍ରିୟ ହୋଇ ଉଠିଥିିଲା। ସଙ୍ଗେ ସଙ୍ଗେ ଭାରତୀୟ ବାୟୁସେନାର ଦୁଇ ଲଢୁଆ ବିମାନ ସୁଖୋଇ ଓ ମିରାଜ ପିଛା କରିଥିଲେ ଏଫ୍୧୬ର। ଶେଷରେ ଗୋଡ଼ାଇ ଗୋଡ଼ାଇ ୪ଟି ଏଫ୍୧୬କୁ ନେଇ ତାଙ୍କ ଦେଶରେ ଛାଡ଼ିଥିଲେ। ସୁଖୋଇ ଓ ମିରାଜ ସକ୍ରିୟ ହୋଇ ଗୋଡ଼ାଇବା ପରେ ୪ଟି ଯାକ ଏଫ୍୧୬ ବିମାନ ଛାନିଆରେ ନିଜ ଦେଶକୁ ଫେରି ଯାଇଥିଲେ।
/sambad/media/post_attachments/wp-content/uploads/2019/04/iaf_scramble_punjab-647x363-300x168.jpeg)
ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନର ଏହି ଲଢୁଆ ବିମାନ ସହ ଭାରତୀୟ ଏୟାର୍ସ୍ପେସ୍କୁ ପାକିସ୍ତାନୀ ଡ୍ରୋନ୍ ମଧ୍ୟ ପ୍ରବେଶ ଉଦ୍ୟମ କରିଥିଲା। ସୀମାରେ ପ୍ରବେଶ କରି ଭାରତୀୟ ସୀମାର ଗତିବିଧି ଲକ୍ଷ କରିବା ଉଦ୍ଦେଶ୍ୟରେ ପାକ୍ ଯୁଦ୍ଧ ବିମାନ ଡ୍ରୋନ୍ ନେଇ ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ କରିଥିବା ସୂଚନା ରହିଛି।
ଭୋର୍ ସମୟରେ ଉଭୟ ଭାରତ୍-ପାକ୍ ସୀମାନେ ସେନା ଯବାନ ସକ୍ରିୟ ଥିବା ବେଳେ ରାଡର୍ ପାକ୍ ଲଢୁଆ ବିମାନର ଅନୁପ୍ରବେଶ ସଂପର୍କରେ ସୂଚନା ଦେବାରୁ ସୁକୋଇ ଓ ମିରାଜ ଉକ୍ତ ବିମାନର ପିଛା କରିଥିଲେ। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣ ଘଟିବା ପରେ ସେବେଠାରୁ ସୀମାରେ ସଦା ସେନା ଯବାନ ସକ୍ରିୟ ରହୁଥିବା ସୂଚନା ରହିଛି।