ଭାରତୀୟ ବାୟୁସେନା ନିକଟକୁ ଆସିଲା ଇସ୍ରାଏଲ ନିର୍ମିତ ସ୍ପାଇସ-୨୦୦୦ ବୋମାର ବିଲଡିଂ ବ୍ଲାଷ୍ଟର ଭର୍ସନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ହାତକୁ ଆସିଛି ଇସ୍ରାଏଲ ନିର୍ମିତ ଅତ୍ୟାଧୁନିକ ସ୍ପାଇସ-୨୦୦୦ ବୋମାର ବିଲଡିଂ ବ୍ଲାଷ୍ଟର ଭର୍ସନ । ନିକଟରେ ଏକ ଇସ୍ରାଏଲୀ କମ୍ପାନି ଗ୍ଵାଲିୟର ଏୟାରଫୋର୍ସ ବେସ୍‌ଠାରେ ଏହି ବୋମାର ଡେଲିଭରୀ ଆରମ୍ଭ କରିଛି । ଭାରତୀୟ ବାୟୁସେନାର ଗ୍ଵାଲିୟର ଏୟାରବେସରେ ମିରାଜ-୨୦୦୦ ବିମାନଗୁଡ଼ିକ ରହୁଥିବାରୁ ସେଠାରେ ଏହି ଡେଲିଭରୀ ଦିଆଯାଇଛି । ଇସ୍ରାଏଲ ନିର୍ମିତ ବୋମାଗୁଡ଼ିକୁ କେବଳ ମିରାଜ-୨୦୦୦ରେ ଲଗାଯାଉଥିବାରୁ ଡେଲିଭରୀ ପାଇଁ ଗ୍ଵାଲିୟରକୁ ବଛାଯାଇଥିଲା ।

ଏସବୁ ବୋମା ପାଇଁ ଭାରତ ଗତ ମେ ମାସରେ ଇସ୍ରାଏଲ ସହ ୩୦୦ କୋଟିର ଚୁକ୍ତି କରିଥିଲା । ନିଜର ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବାକୁ ତିନିବାହିନୀକୁ କେତେକ ଆର୍ଥିକ କ୍ଷମତା ଦିଆଯାଇଛି । ଏହି କ୍ଷମତା ମାଧ୍ୟମରେ ତିନିବାହିନୀ ୩୦୦ କୋଟି ପର୍ଯ୍ୟନ୍ତ ସାମଗ୍ରୀ ସିଧାସଳଖ କିଣିପାରିବେ । ଏହି କ୍ଷମତା ପ୍ରୟୋଗ କରି ବାୟୁସେନା ଏହି ବୋମା କିଣିଛି ।

ଗତ ଫେବ୍ରୁଆରୀ ମାସରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଏୟାରଷ୍ଟ୍ରାଇକ କରିଥିଲେ । ଏହି ଷ୍ଟ୍ରାଇକରେ ବାୟୁସେନା ଇସ୍ରାଏଲ ନିର୍ମିତ ଅତ୍ୟାଧୁନିକ ସ୍ପାଇସ୍‌-୨୦୦୦ ବୋମା ପ୍ରୟୋଗ କରି ଉକ୍ତ କ୍ୟାମ୍ପରେ ଥିବା ଆତଙ୍କବାଦୀମାନଙ୍କୁ ନିପାତ କରିଥିଲା । ଏହି ବୋମା କୋଠାର ଛାତ କଣା କରି ପ୍ରବେଶ କରିଥିଲା ଓ ଭିତରେ ବିସ୍ଫୋରଣ ହୋଇଥିଲା ।

ସମ୍ବନ୍ଧିତ ଖବର