ପଞ୍ଚକୁଳା: ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଆଜି ହରିୟାଣାର ପଞ୍ଚକୁଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଲିମ ଉଡ଼ାଣ ପାଇଁ ବିମାନଟି ଅମ୍ବାଲା ଏୟାରବେସ୍ରୁ ଉଡ଼ାଣ ଭରିଥିଲା। ପାଇଲଟ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ। ଭାରତୀୟ ବାୟୁସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚକୁଲା, ମୋରନିର ପାହାଡ଼ିଆ ଅଞ୍ଚଳର ବାଲଡୱାଲା ଗାଁ ନିକଟରେ ଏହି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ଲଢୁଆ ବିମାନର ପାଇଲଟ ପାରାସୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ବାହାରକୁ ବାହାରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ପଞ୍ଚକୁଲା, ମୋରନିର ପାହାଡ଼ିଆ ଅଞ୍ଚଳର ବାଲଡୱାଲା ଗାଁ ନିକଟରେ ଏହି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ଲଢୁଆ ବିମାନର ପାଇଲଟ ପାରାସୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ବାହାରକୁ ବାହାରିଥିଲେ।
ନିୟନ୍ତ୍ରଣ ହରାଇବା ପରେ ବିମାନଟି ଦ୍ରୁତ ଗତିରେ ପାହାଡ଼ ସହ ଧକ୍କା ଖାଇ ଧ୍ବଂସ ହୋଇଯାଇଥିଲା। ଦୁର୍ଘଟଣାର ସ୍ଥାନରେ ଜଙ୍ଗଲ ଓ ପାହାଡ଼ ଘେରି ରହିଛି। ସୌଭାଗ୍ୟବଶତଃ, ପାଇଲଟ ବୁଦ୍ଧିମତା ସହିତ କାର୍ଯ୍ୟ କରିଥିଲେ ଏବଂ ବିପଦ ଆଶଙ୍କା କରିବା ପରେ ପାରାସୁଟ୍ ବ୍ୟବହାର କରି ଡେଇଁ ପଡ଼ିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପାହାଡ଼ିଆ ଅଞ୍ଚଳରେ ବିମାନର ଭଗ୍ନାବଶେଷ ଦୂରଦୂରାନ୍ତରେ ବିଛିନ୍ନ ହୋଇ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/07/E2VJLGBGJPFC5JlDD3uR.jpeg)