ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ୍) ଫେବ୍ରୁଆରି ୨୬ରେ ପାକିସ୍ତାନର ବାଲାକୋଟରେ ସଫଳତାର ସହ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ଆଡ୍ଦା ଧ୍ବଂସ କରିଥିଲା। ଏହି ସମୟରେ ବାୟୁସେନାର ମିରାଜ ୨୦୦୦ ବିମାନ ସହ ଜାଗୁଆର ବିମାନ ବି ସାମିଲ ଥିବା କଥା ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ଅନୁସାରେ, ମିରାଜ ୨୦୦୦ ଜେଟସ୍ ବାଲାକୋଟରେ ଜୈସର ଆଡ୍ଡା ଉପରେ ବୋମା ପକାଇବା ପାଇଁ ଯାତ୍ରା ଆରମ୍ଭ କରିଥିଲା। କାଳେ ଏହି ସମୟରେ ପାକିସ୍ତାନ ବାୟୁସେନା (ପିଏଏଫ୍) ଏହାକୁ ପ୍ରତିହତ କରିବାକୁ ନିଜର ଏଫ୍-୧୬ ଲଢ଼ୁଆ ବିମାନ ପଠାଇବ, ସେଥିଲାଗି ଭାରତ ପକ୍ଷରୁ ଏକ ରଣନୀତି ପ୍ରସ୍ତୁତ କରାଯାଇଥିଲା। ମିରାଜ ୨୦୦୦ ଘାଟି ଛାଡ଼ିବା ମାତ୍ରେ ୬ଟି ଜଗୁଆର ବମର୍ସ ବିମାନକୁ ଲାହୋର ଅଭିମୁଖେ ଛଡ଼ା ଯାଇଥିଲା । ଏହା ଧାରଣା ତିଆରି କରିଥିଲା କି ବାହାବଲପୁରସ୍ଥିତ .ଜୈସ ମୁଖ୍ୟାଳୟ ଉପରେ ଆକ୍ରମଣ କରିବାକୁ ଭାରତୀୟ ବିମାନ ଯାଉଛି।
/sambad/media/post_attachments/wp-content/uploads/2019/06/jaguar-jet-100-1561799401.jpg)
ତାହା ହିଁ ହେଲା, ଭାରତ ଜୈସ୍-ଇ-ମହମ୍ମଦର ମୁଖ୍ୟାଳୟ ବହାବଲପୁର ଉପରେ ଆକ୍ରମଣ କରିବାର ଯୋଜନା ରଖିଛି ବୋଲି ପାକ ବାୟୁସେନା ଭାବିଲା। ସେଥିପାଇଁ ପାକ୍ ଜାଗୁଆରକୁ ଇଣ୍ଟରସେପ୍ଟ କରିବା ପାଇଁ ନିଜ ଏଫ୍-୧୬କୁ ଲାହୋର ଆଡକୁ ଉଡାଇ ଦେଇଥିଲା। ଏହି ପୂରା ଯୋଜନା ହେତୁ ମିରାଜ ଜେଟ୍ର ରାସ୍ତା ସମ୍ପୂର୍ଣ୍ଣ ଭାବେ ସଫା ହୋଇ ଯାଇଥିଲା। ଜେଟସ୍ ବାଲାକୋଟରେ ସହଜରେ ପ୍ରବେଶ କରି ଆକ୍ରମଣ କରିବା ପରେ ସଫଳତା ସହ ଫେରି ଆସିଥିଲା।
ସେହିପରି ଜାଗୁଆର ବି ପାକ୍ ସୀମା ଭିତରୁ ଫେରି ଆସିଥିଲା। କାରଣ ଏହି ଜେଟସ୍ ସୀମା ଅତିକ୍ରମ କରି ନଥିଲା। ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ସିଆରପିଏଫ୍ ଯବାନଙ୍କ ଜବାବରେ ବାଲାକୋଟ ଏୟାରଷ୍ଟ୍ରାଇକ୍ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/1561645093-Mirage_2000_PTI.jpg)