ନୂଆଦିଲ୍ଲୀ : ଗତ ୨୦୧୬ ଠାରୁ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନା ମୋଟ ୨୭ଟି ବିମାନ ଦୁର୍ଘଟଣାରେ ହରାଇଛି । ଏହା ମଧ୍ୟରୁ ୧୫ଟି ଲଢୁଆ ବିମାନ ଓ ହେଲିକାପ୍ଟର ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଲୋକସଭାରେ ସୂଚନା ଦେଇଛନ୍ତି ।
୨୦୧୬-୧୭ରେ ବାୟୁସେନା ୬ଟି ଲଢୁଆ ବିମାନ, ୨ଟି ହେଲିକାପ୍ଟର ଓ ଗୋଟିଏ ପରିବହନ ବିମାନ ଦୁର୍ଘଟଣାରେ ହରାଇଥିଲା । ୨୦୧୭-୧୮ରେ ବାୟୁସେନା ୨ଟି ଲଢୁଆ ବିମାନ ଓ ଗୋଟିଏ ତାଲିମ ବିମାନ ହରାଇଥିଲା । କିନ୍ତୁ ୨୦୧୮-୧୯ରେ ବାୟୁସେନା ମୋଟ ୭ଟି ଲଢୁଆ ବିମାନ, ୨ଟି ହେଲିକାପ୍ଟର ଓ ୨ଟି ତାଲିମ ବିମାନ ଦୁର୍ଘଟଣା ଓ ଅନ୍ୟ କାରଣରୁ ହରାଇଛି । ଏହା ମଧ୍ୟରେ ଓ୍ଵିଙ୍ଗ କମାଣ୍ଡରଙ୍କ ମିଗ-୨୧ ଲଢୁଆ ବିମାନ ଅନ୍ତର୍ଭୁକ୍ତ ।
/sambad/media/post_attachments/wp-content/uploads/2019/06/A32-300x214.jpg)
ଗତ ଫେବ୍ରୁଆରୀ ୨୭ରେ ପାକିସ୍ତାନ ବାୟୁସେନାର ଏଫ-୧୬ ବିମାନ ସମେତ ଆଉ କେତେକ ବିମାନ ଭାରତୀୟ ବାୟୁସେନାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସତର୍କ ଭାରତୀୟ ବାୟୁସେନା ସେଗୁଡ଼ିକର ମୁହାଁମୁହିଁ ସାମନା କରି ଘଉଡେଇଦେଇଥିଲା । ଏହି ମୁକାବିଲା ବେଳେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ବର୍ତମାନ ପାକିସ୍ତାନର ଏକ ଏଫ-୧୬ ବିମାନକୁ ଖସାଇ ଦେଇଥିଲେ । କିନ୍ତୁ ତାଙ୍କର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କୁ ପାକିସ୍ତାନୀ ସେନା ଗିରଫ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/mig.jpg)