ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୨୦ରେ ଭାରତୀୟ ବାୟୁସେନାର ସାମିଲ ହେବ ପ୍ରଥମ ରାଫେଲ ଲଢୁଆ ବିମାନ । ଏ ସଂପର୍କରେ ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେପ୍ଟେମ୍ବର ୧୮ରୁ ୨୩ ମଧ୍ୟରେ ଯେକୌଣସି ଦିନ ପ୍ରଥମ ରାଫେଲ ହସ୍ତାନ୍ତର କରିବାକୁ ବାୟୁସେନା ପକ୍ଷରୁ ଫ୍ରାନ୍ସ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏହା ଅନୁସାରେ ସେପ୍ଟେମ୍ବର ୨୦ରେ ରାଫେଲ ହସ୍ତାନ୍ତର କରିବାକୁ ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ୟାରିସରେ ଏହି ସମାରୋହ ହେବ । ଫ୍ରାନ୍ସ ଓ ଭାରତର ବରିଷ୍ଠ ଅଧିକାରୀ, ବାୟୁସେନା ଅଧିକାରୀମାନଙ୍କ ଉପସ୍ଥିତିରେ ରାଫେଲକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯିବ ।
/sambad/media/post_attachments/wp-content/uploads/2018/04/Indian-Air-Force-f-300x172.jpg)
ଆସନ୍ତା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ । ଗତ ବର୍ଷ ଡିସେମ୍ବର ମାସରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Dassault_Rafale_1551564117.jpg)