ବାୟୁସେନାର ମିଗ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ବାରମେର୍ : ରାଜସ୍ଥାନର ବାରମେରଠାରେ ଭାରତୀୟ ବାୟୁସେନାର ଏକ ମିଗ୍-୨୧ ବିସନ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ବିମାନରେ ଥିବା ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବାୟୁସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିମାନଟିକୁ ତାଲିମ ଉଦ୍ଦେଶ୍ୟରେ ଉଡ଼ାଯାଉଥିଲା । ଅପରାହ୍ଣ ସାଢେ ୫ଟା ବେଳେ ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଏକ ଚାଳଘର ଉପରେ ପଡ଼ିବାରୁ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ ବାହାରି ଯାଇଥିଲେ । ବାୟୁ ସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଗତ ମେ ମାସରେ ପଞ୍ଜାବର ମୋଗା ଜିଲ୍ଲାରେ ବାୟୁ ସେନାର ଏକ ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରବଳ ବର୍ଷାରେ ଉଡ଼ୁଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଏକ ବିଲରେ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ପାଇଲଟ ସ୍ବାର୍ଡନ ଲିଡର ଅଭିନବ ଚୌଧୁରୀ ପ୍ରାଣ ହରାଇଥିଲେ । ତାଲିମ ପାଇଁ ଏହି ବିମାନଟି ରାଜସ୍ଥାନର ସୁରତଗଡ଼ରୁ ଉଡ଼ାଣ ଆରମ୍ଭ କରିଥିଲା ।

 

 

ସମ୍ବନ୍ଧିତ ଖବର