ଏୟାର୍‌ ଷ୍ଟ୍ରାଇକ୍‌ରେ ଜୈଶ୍‌ର ୪ଟି ବଡ଼ କୋଠା ଧ୍ୱଂସ ପାଇଥିବା କଥା ସତ, ରାଡାର୍‌ ଛବିରୁ ଧରାପଡ଼ିଲା ପାକ୍‌ର ମିଛ

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟଠାରେ ଥିବା  ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିର ଉପରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ ହୋଇଥିବା କ୍ଷୟକ୍ଷତିକୁ ଅସ୍ୱୀକାର କରିଥିଲା ପାକିସ୍ତାନ। ଭାରତୀୟ ବାୟୁସେନା ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ୪ଟି ବଡ଼ କୋଠା ଧ୍ୱଂସ କରିଥିବା ସୂଚନା ମିଳିଥିବା ବେଳେ ଏହାକୁ ପାକିସ୍ତାନ ଅସ୍ୱୀକାର କରିଥିଲା । ମାତ୍ର ଏବେ ଜାଣିବାକୁ ମିଳିଛି ଯେ ବାସ୍ତବରେ ଭାରତୀୟ ବାୟୁସେନା ୪ଟି ବଡ଼ କୋଠାକୁ  ଧ୍ୱଂସ କରିଥିଲା ।  ରାଡାରରୁ ପ୍ରାପ୍ତ ଛବି ଦେଖିବା ପରେ ସତ ସାମ୍ନାକୁ ଆସିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମଙ୍ଗଳବାର ରାତି ୩ଟା ୩୦ ସମୟରେ ଭାରତୀୟ ବାୟୁସେନାର ମିରାଜ୍‌-୨୦୦୦ ଯୁଦ୍ଧ ବିମାନଗୁଡ଼ିକ ପାକିସ୍ତାନ ସୀମାରେ ପଶି ଧ୍ୱଂସ କରିଥିବା ବିଲ୍ଡିଂଗୁଡ଼ିକ ଜୈଶ୍‌ ଦ୍ୱାରା ପରିଚାଳିତ ମାଦ୍ରାସାର ଥିଲା। ମିରାଜ-୨୦୦୦ ସେହି ବଡ଼ କୋଠାଗୁଡ଼ିକୁ ଧ୍ୱଂସ କରିଛି ବୋଲି ଗୁଇନ୍ଦା ରାଡାରରେ ଦେଖିବାକୁ ମିଳିଛି। ଧ୍ୱଂସ ପାଇଥିବା ୪ଟି କୋଠା ଜୈଶ୍‌ର ଗେଷ୍ଟ୍‍ ହାଉସ୍‌ ଭାବେ ବ୍ୟବହାର କରାଯାଉଥିଲା। ସେଠାରେ ମାସୁଦ୍‌ ଆଝାରର ଭାଇ ରହୁଥିଲା ବୋଲି ବି ସୂଚନା ରହିଥିଲା।

ସମ୍ବନ୍ଧିତ ଖବର