ହେଲିକପ୍ଟରକୁ ଗୁଳି କରି ଖସାଇବା ଏକ “ବଡ଼ ଭୁଲ’

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ନିଜର ହେଲିକପ୍ଟରକୁ ଗୁଳି ମାରି ଖସାଇବା ଏକ ‘ବଡ଼ ଭୁଲ’ । ଗୋଟିଏ ପଟେ କଶ୍ମୀରରେ ଫେବ୍ରୁଆରି ୨୭ ତାରିଖରେ ଭାରତ ଓ ପାକିସ୍ତାନର ଯୁଦ୍ଧ ବିମାନ ମଧ୍ୟରେ ଆକାଶରେ ଲଢେଇ ଚାଲିଥିବା ବେଳେ ଅନ୍ୟ ପକ୍ଷରେ ସେଦିନ ସକାଳେ  ଭୁଲବଶତଃ ସେନାର ଏକ ହେଲିକପ୍ଟରକୁ ଗୁଳିମାରି ଖସାଇ ଦିଆଯାଇଥିଲା । ଏହି ଘଟଣାରେ ବାୟୁସେନାର ଦୁଇ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭାରତୀୟ ବାୟୁସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଏୟାର ଚିଫ୍ ମାର୍ଶାଲ ରାକେଶ କୁମାର ସିଂ ଭାଦାଉରିଆ କହିଛନ୍ତି କି କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତିକୁ ଆମେ ଅତ୍ୟନ୍ତ ଗୁରୁତ୍ୱ ଦେଉଛୁ । ଏଥିଲାଗି ଗତବର୍ଷ ବାଲାକୋଟ ଷ୍ଟ୍ରାଇକ୍ ଭଳି ବହୁ ଅପରେସନରେ ସଫଳତା ମିଳିଛି ।
ଗୋଟିଏ ପଟେ ଫେବୃଆରିରେ ବାଲାକୋଟ ଷ୍ଟ୍ରାଇକ୍ ପରେ ଭାରତୀୟ ମିଗ୍ -୨୧ ବିମାନ ପାକିସ୍ତାନ୍ ଏଫ୍ -୧୬ ବିମାନକୁ ମାତ ଦେଇ ତାକୁ ଧ୍ୱସଂ କରିଥିଲା । ମାତ୍ର ଫେବୃଆରି ୨୭ରେ ସକାଳେ ଜମ୍ମୁକଶ୍ମୀରରେ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟରକୁ ଆମର ସେନା କର୍ମଚାରୀ ଗୁଳି ମାରି ଖସାଇଦେବା ଏକ “ବଡ଼ କ୍ଷତି’ ଥିଲା ବେଳେ ସେ କହିଥିଲେ । ଏହି ଭୁଲ ଲାଗି ସଂପୃକ୍ତ ଅଧିକାରୀଙ୍କୁ ଦଣ୍ଡିତ କରାଯିବାକୁ ସେ କହିଛନ୍ତି ।

ସମ୍ବନ୍ଧିତ ଖବର