ସୀମାରୁ ଆସିଲା ଦୁଃଖ ଖବର, ପୁଅ ଆଉ ନଥିଲା! ସାଥୀରେ ଥିଲା ପୁଅର ଇଚ୍ଛା

ତିରୁବନନ୍ତପୁରମ: ଦାରୁଣ-ଦୁଃଖ ସହିବା ପରେ କେହି ହାରି ଯାଆନ୍ତି ତ ପୁଣି କେହି ନୂଆ କରି ଜୀବନ ଜିଇବାର ସ୍ବପ୍ନ ଦେଖନ୍ତି। ଭାରତୀୟ ବାୟୁସେନାରେ କାମ କରୁଥିବା ନିଜର ବଢ଼ିଲା ପୁଅକୁ ହରାଇବା ପରେ ସେହି ପୁଅର ବାପାମାଆଙ୍କଠାରୁ କ’ଣ ଆଶା କରାଯାଇପାରେ! କେରଳର ଦମ୍ପତି ଶରଦ ଏବଂ ସବିତା ନିଜର ପୁଅକୁ ହରାଇବା ପରେ ନିଜେ କିନ୍ତୁ ହାରିଗଲେନି, ଶହ ଶହ ପିଲାଙ୍କୁ ଜିତାଇବାର ସ୍ବପ୍ନ ନେଇ ଉଦାହରଣ ପାଲଟିଲେ। ପୁଅକୁ ହରାଇବା ପରେ ଶରଦ ତିୱାରୀ ଓ ତାଙ୍କ ପତ୍ନୀ ସବିତା ସମାଜସେବାକୁ ନିଜ ବ୍ରତ ଭାବେ ଗ୍ରହଣ କରି ନେଇଛନ୍ତି।

୨୦୧୭ ମସିହା ଅକ୍ଟୋବର ୬ ତାରିଖରେ ଆସିଲା ଦୁଃଖ ଖବର। ଖବରଟି ଶୁଣିବା ପରେ ସ୍ତବ୍ଧ ହୋଇଯାଇଥିଲେ ବୃୃଦ୍ଧ ଦମ୍ପତି। ଖବରଟି ଥିଲା ତାଙ୍କ ପୁଅ ସ୍କ୍ବାଡନ ଲିଡର୍‌ ଶିଶିର ତିୱାରୀ ଅରୁଣାଚଳ ପ୍ରଦେଶରେ ମିଗ୍‌-୧୭ ଭି୫ ବିମାନ ଧ୍ବଂସ ହେବା ପରେ ସହିଦ ହୋଇ ଯାଇଛନ୍ତି।

https://www.thebetterindia.com/

ଦେଶପ୍ରେମକୁ ନିଜର ଧର୍ମ ବୋଲି ଭାବୁଥିଲେ ଶିଶିର। ସେ ସବୁବେଳେ କହୁଥିଲେ ଯେ ଦେଶକୁ ଭଲ କରି ଗଢ଼ି ତୋଳିବାରେ ସମସ୍ତଙ୍କର କିଛି ନା କିଛି ଅଂଶଦାନ ରହିବା ଜରୁରୀ। ପୁଅର ଇଚ୍ଛାକୁ ସମ୍ମାନ ଦେଇ ପୁଅ ଯିବା ପରେ ଅନ୍ୟର ସେବା କରିବାର ନିଷ୍ପତ୍ତି ନେଲେ ଶରଦ ଓ ସବିତା।

ସେ ସେମାନଙ୍କ ପୁଅ ନାମରେ ‘ସଦିଦ ସ୍କ୍ବ‌ାଡନ ଲିଡର୍‌ ଶିଶିର ତିୱାରୀ ମେମୋରିଆଲ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌’ ଗଠନ କଲେ। ସେମାନେ ଦିଲ୍ଲୀର ଯମୁନା ଖଦର ବସ୍ତି ଅଞ୍ଚଳର ପିଲାମାନଙ୍କୁ ଶିକ୍ଷାଦାନ ଦେବାକୁ ଲାଗିଲେ। ସେଠାକାର ପିଲାଙ୍କ ପାଇଁ ଶିକ୍ଷା ଦୁର୍ମୂଲ୍ୟ ଥିବା ବେଳେ ଆଶାର କିରଣ ବନିଲେ ଦମ୍ପତି। ଏବେ ସେମାନେ ପ୍ରଥମରୁ ନେଇ ଦ୍ବାଦଶ ପର୍ଯ୍ୟନ୍ତ ପ୍ରାୟ ୩୫୦ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି।

 

ସମ୍ବନ୍ଧିତ ଖବର