ସମ୍ବଲପୁର: ୨୦୧୮ ମସିହା ସେପ୍ଟେମ୍ବର ୨୫ ତାରିଖରୁ ୨୯ ତାରିଖ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ରେ ଭାରତୀୟ ବାୟୁସେନା ‘ଏୟାର୍ମ୍ୟାନ୍’ ପଦବୀ ନିମନ୍ତେ ରିକ୍ରୁଇଟ୍ମେଣ୍ଟ୍ ଅଭିଯାନ ଚଳାଇବ।
ଅଟୋମୋବାଇଲ୍ ଟେକ୍ନିସିଆନ୍ ଏବଂ ଆଇଏଏଫ୍ (ପୋଲିସ୍) ଟ୍ରେଡ୍ସ୍ ନିମନ୍ତେ ଗ୍ରୁପ୍ ‘ଓ୍ଵାଇ’ରେ (ନନ୍-ଟେକ୍ନିକାଲ୍) ଅବିବାହିତ ଭାରତୀୟ/ନେପାଳୀ ନାଗରିକମାନଙ୍କୁ ଚୟନ କରାଯିବ। ୨୦୧୮ ସେପ୍ଟେମ୍ବର ୧ ଓ ୨ ତାରିଖ ଦିନ ଏଥିପାଇଁ ଅଫ୍ଲାଇନ୍ ରେଜିଷ୍ଟ୍ରେସନ୍ କରାଯିବ।
ମନୋନୟନ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ୧୯୯୮ ମସିହା ଜୁଲାଇ ୧୪ ତାରିଖ ରୁ ୨୦୦୨ ମସିହା ଜୁନ୍ ୨୬ ତାରିଖ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଉଚିତ।
ପ୍ରାର୍ଥୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୋର୍ଡ ଦ୍ୱାରା ଅନୁମୋଦିତ ଯେ କୌଣସି ଷ୍ଟ୍ରିମ୍ ବା ବିଷୟରେ ଦ୍ୱାଦଶ କିଂବା ତତୁଲ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ। ବୋର୍ଡ ପରୀକ୍ଷାରେ ପ୍ରାର୍ଥୀ ୫୦% ଏଗ୍ରିଗେଟ୍ ମାର୍କ ଏବଂ ଇଂରାଜୀରେ ୫୦% ମାର୍କ ରଖିଥିବେ।
ଏହାଛଡ଼ା ପ୍ରାର୍ଥୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ଆବଶ୍ୟକ।
ବେତନ ବାବଦରେ ଏହି ବର୍ଗରେ ନିଯୁକ୍ତ ଏୟାର୍ମ୍ୟାନ୍ ମାସିକ ୨୬, ୯୦୦ ଏବଂ ମହଙ୍ଗା ଓ ଅନ୍ୟାନ୍ୟ ଭତ୍ତା ପାଇବେ।