ଆକ୍ରମଣ ପରେ ଜମ୍ମୁସ୍ଥିତ ବାୟୁସେନା ଷ୍ଟେସନରେ ଲାଗିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ

ଜମ୍ମୁ: ଜମ୍ମୁରେ ଥିବା ବାୟୁସେନା ଷ୍ଟେସନରେ ଡ୍ରୋନ୍ ଆକ୍ରମଣ ସହ ଲଗାତାର ଚତୁର୍ଥ ଦିନ ଡ୍ରୋନ୍ ଦେଖାଦେବାରୁ ଏବେ ଭାରତୀୟ ବାୟୁସେନା ଷ୍ଟେସନରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଲଗାଯାଇଛି ।

ମିଳିଥିବା ସୂଚନା ମୁତାବକ, ନୂତନ ଡ୍ରୋନ୍ ବିପଦ ପାଇଁ ସିଷ୍ଟମଗୁଡିକ ଲଗାଯାଇଛି | ଜମ୍ମୁ ଷ୍ଟେସନରେ ରେଡିଓ ଫ୍ରିକ୍ୱେନ୍ସି ଡିଟେକ୍ଟର ଓ ସଫ୍ଟ ଜାମର ଲଗାଯିବା ସହ ଆଣ୍ଟି-ଡ୍ରୋନ୍ ବନ୍ଧୁକ ମଧ୍ୟ ନିୟୋଜିତ କରିଛି ଜାତୀୟ ସୁରକ୍ଷା ଗାର୍ଡ। ଲଗାତାର ଚତୁର୍ଥ ଦିନ ବାୟୁସେନା ଷ୍ଟେସନ ପାଖରେ ଡ୍ରୋନ୍ ଦେଖାଦେବା ପରେ ସୁରକ୍ଷାକୁ କଡାକଡି କରାଯିବା ସହ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି |

Drone threat in Jammu
indiatoday.in

ଉଲ୍ଲେଖଯୋଗ୍ୟ, ଜୁନ ୨୭ରେ ପ୍ରଥମେ ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିଲା | ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିବା ବେଳେ ରାତି ୧.୩୭ରେ ଘଟିଥିବା ଦ୍ବିତୀୟ ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା। ଏହା ପରେ ପରେ କ୍ରମାଗତ ଭାବେ ଜମ୍ମୁର ବିଭିନ୍ନ ଅଞ୍ଚଳରେ ଡ୍ରୋନ୍ ଚିହ୍ନଟ କରାଯାଇଛି | ଆଜି ଜମ୍ମୁ ଅଞ୍ଚଳର ମିରନ୍‌ ସାହିବ, କାଲୁଚକ ଏବଂ କୁଞ୍ଜୱାନି ଅଞ୍ଚଳ ଆକାଶରେ ଡ୍ରୋନ୍ ଉଡୁଥିବାର ଦେଖାଯାଇଛି।

ସମ୍ବନ୍ଧିତ ଖବର