ନୂଆଦିଲ୍ଲୀ: ରାଫେଲ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ନିମନ୍ତେ ଜଣେ ଟୁ-ଷ୍ଟାର୍ ଅଧିକାରୀଙ୍କ ନେତୃତ୍ବରେ ଭାରତୀୟ ବାୟୁସେନାର ଏକ ଟିମ୍ ସମ୍ପ୍ରତି ଫ୍ରାନ୍ସ୍ରେ ଅଛନ୍ତି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ଜଣେ ସରକାରୀ ଅଧିକାରୀ ଆଜି କହିଛନ୍ତି । ଏହାଛଡ଼ା, ଆଗାମୀ ଅଳ୍ପ କେତେ ସପ୍ତାହ ମଧ୍ୟରେ ରାଫେଲ୍ ଲଢୁଆ ବିମାନର ଦ୍ବିତୀୟ ବ୍ୟାଚ୍ ଅମ୍ବାଲା ଘାଟିରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ପ୍ରକଳ୍ପ ନିମନ୍ତେ ପୂର୍ବ ନିର୍ଦ୍ଧାରିତ ସମୀକ୍ଷା ସମୟ ଅନୁସାରେ, ଏ ସପ୍ତାହ ପ୍ରାରମ୍ଭରେ ବାୟୁସେନା ପ୍ରକଳ୍ପ ବିଭାଗର ଏୟାର୍ ଷ୍ଟାଫ୍ ସହକାରୀ ମୁଖ୍ୟଙ୍କ ନେତୃତ୍ବରେ ଏହି ଟିମ୍ ଫ୍ରାନ୍ସ୍ରେ ପହଞ୍ଚିଥିଲା ବୋଲି ସମ୍ପୃକ୍ତ ଅଧିକାରୀଜଣକ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/10/raf-scaled.jpeg)
ଏହା ବ୍ୟତିରେକେ, ଆସନ୍ତା ଅଳ୍ପ କେତେ ସପ୍ତାହ ମଧ୍ୟରେ ପରବର୍ତ୍ତୀ ବ୍ୟାଚ୍ରେ ତିନି କିମ୍ବା ଚାରିଟି ରାଫେଲ୍ ଜେଟ୍ ଆସି ଭାରତରେ ପହଞ୍ଚିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଏଥିଲାଗି ତାରିଖ ସ୍ଥିର କରାଯାଉଛି ।
ଭାରତ ସମୁଦାୟ ୩୬ଟି ରାଫେଲ୍ ଜେଟ୍ ଲାଗି ବରାଦ ଦେଇଥିବା ବେଳେ ଜୁଲାଇ ୨୯ ତାରିଖ ଦିନ ୫ଟି ରାଫେଲ୍ ଆସି ଅମ୍ବାଲା ଏୟାର୍ବେସ୍ରେ ପହଞ୍ଚିଛି। ତେଣୁ, ପ୍ରତି ଦୁଇ ମାସରେ ତିନି/ଚାରିଟି ରାଫେଲ୍ ଆସି ପହଞ୍ଚିବ ବୋଲି ଭାରତୀୟ ବାୟୁସେନା ଆଶା କରୁଛି ।
ଫ୍ରାନ୍ସ୍ରୁ ରାଫେଲ୍ ଜେଟ୍ କ୍ରୟ କରିବା ଲାଗି ଭାରତ ସରକାର ୨୦୧୬ ସେପ୍ଟେମ୍ବରରେ ସେଠାକାର ସରକାରଙ୍କ ସହ ୫୯,୦୦୦ କୋଟି ଟଙ୍କାର ରାଜିନାମା କରିଥିଲେ।