ବାଙ୍ଗାଲୁରୁ : ଭାରତୀୟ ବାୟୁସେନା ପ୍ରଥମ ଥର ପାଇଁ ବିମାନରେ ଜୈବଇନ୍ଧନର ସଫଳ ପ୍ରୟୋଗ କରାଯାଇଛି । ଗତକାଲି ବାୟୁସେନାର ପ୍ରମୁଖ ପରୀକ୍ଷଣ ସ୍ଥଳ ଏଏସଟିୟୁ, ବାଙ୍ଗାଲୁରୁରେ ଏଏନ-୩୨ ସୈନିକ ପରିବହନ ବିମାନରେ ପ୍ରଥମ ଥର ପାଇଁ ମିଶ୍ରିତ ବାୟୋ ଜେଟ ଇନ୍ଧନର ବ୍ୟବହାର କରି ପରୀକ୍ଷାମୂଳକ ଉଡାଣ ଭରିଛି ।

Advertisment

ଏହି ପରିଯୋଜନା ଭାରତୀୟ ବାୟୁସେନା, ଡିଆରଡିଓ, ଡାଇରେକ୍ଟୋରେଟ ଜେନେରାଲ ଏରୋନେଟିକାଲ୍ସ କ୍ୱାଲିଟି ଆସ୍ୟୋରାନ୍ସ ଏବଂ ସିଏସଆଇଆର-ଭାରତୀୟ ପେଟ୍ରୋଲିୟମ ସଂସ୍ଥାନର ମିଳିତ ଉଦମରେ କରାଯାଇଛି । ବାୟୁସେନା ଅଧ୍ୟକ୍ଷ ଏୟାର ଚିଫ ମାର୍ଶାଲ ବିଏସ ଧନୋୱା ଗତ ଜୁଲାଇ ୨୭ରେ ଘୋଷଣା କରିଥିଲେ ଯେ ବାୟୁସେନା ବାୟୋ ଜେଟ ଇନ୍ଧନକୁ ପ୍ରୋତ୍ସାହିତ କରିବା ନେଇ ପ୍ରୟାସ କରିବ । ସ୍ୱଦେଶୀ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା ବାବଦରେ ଆୟୋଜିତ ଏକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ବାୟୁସେନାର ଅଧ୍ୟକ୍ଷ କହିଲେ ଯେ ୨୦୧୯ ଜାନୁଆରୀ ୨୬କୁ ଗଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ଫ୍ଲାଇପାଷ୍ଟରେ ଶତକଡା ୧୦ ପ୍ରତିଶତ ବାୟୋଜେଟ ଇନ୍ଧନ ସହିତ ଏଏନ୩୨ ବିମାନ ଉଡାଣ ଉଡାଣ କରିବା ନେଇ ଭାରତୀୟ ବାୟୁସେନାର ଉଦ୍ଦେଶ୍ୟ ରହିଛି ।

ଭାରତୀୟ ବାୟୁସେନା ସ୍ଥଳ ଭାଗରେ ଭଲ ଭାବେ ଇଂଜିନ ପରୀକ୍ଷଣ କରିଥିଲେ । ଏହାପରେ ଶତକଡା ୧୦ପ୍ରତିଶତ ମିଶ୍ରିତ ଏଟିଏଫର ବ୍ୟବହାର କରି ବିମାନର ପରୀକ୍ଷଣ କରାଯାଇଥିଲା । ଏହି ଇନ୍ଧନକୁ ଛତିଶଗଡ ଜୈବ ଡିଜେଲ ବିକାଶ ପ୍ରାଧିକରଣ ରୁ ପ୍ରାପ୍ତ ଜାଟ୍ରୋଫା ତୈଳରୁ ପ୍ରସ୍ତୁତ କରାଯାଇଛି ଯାହାକୁ ପରବର୍ତୀ ସମୟରେ ସିଏସଆଇଆର-ଆଇଆଇପିରେ ସମ୍ପ୍ରସାରଣ କରାଯାଇଛି । ଭାରତୀୟ ବାୟୁସେନା ଆସନ୍ତା ଜାନୁଆରୀ ୨୬ ରେ ଗଣତନ୍ତ୍ର ଦିବସ ଅବସରରେ ଫ୍ଲାଇପାଷ୍ଟରେ ବାୟୋ ଜେଟ ଇନ୍ଧନର ବ୍ୟବହାର କରି ଏନଏଲ-୩୨ ବିମାନ ଉଡାଣ କରିବାକୁ ଆଗ୍ରହ ପ୍ରକାଶ କରିଛି ।