ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ, କେନ୍ଦ୍ର ସରକାର ୯୭ଟି ଏଲସିଏ ମାର୍କ ୧ଏ ଲଢ଼ୁଆ ବିମାନ କିଣିବା ପାଇଁ ୬୨୦୦୦ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ସମସ୍ତ ଲଢ଼ୁଆ ବିମାନ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମ ଅଧୀନରେ କିଣାଯିବ।
ରିପୋର୍ଟ ଅନୁଯାୟୀ, ଏହି ଲଢ଼ୁଆ ବିମାନଗୁଡ଼ିକ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ) ଦ୍ୱାରା ନିର୍ମିତ ହେବ। ଏଲସିଏ ମାର୍କ ୧ଏ ଲଢ଼ୁଆ ବିମାନ ପାଇଁ ଏହା ଦ୍ୱିତୀୟ ଅର୍ଡର ହେବ। କେନ୍ଦ୍ର ସରକାର କିଛି ବର୍ଷ ପୂର୍ବରୁ ପ୍ରାୟ ୪୮୦୦୦ କୋଟି ଟଙ୍କା ମୂଲ୍ୟର ୮୩ଟି ଲଢ଼ୁଆ ବିମାନ ପାଇଁ ଅର୍ଡର ଦେଇସାରିଛନ୍ତି। ଏହି ନୂତନ ବିମାନଗୁଡ଼ିକ ମିଗ-୨୧ର ସ୍ଥାନ ନେବ। ମିଗ-୨୧ ପୁରୁଣା ହୋଇଯାଇଛି ଏବଂ ବାୟୁସେନା ପର୍ଯ୍ୟାୟକ୍ରମେ ସେଗୁଡ଼ିକୁ ସେବାରୁ ବାହାର କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/19/lca-2025-08-19-23-05-57.jpg)