ସେପ୍ଟେମ୍ବର ୧୦ ତାରିଖ ଦିନ ଆନୁଷ୍ଠାନିକ ଭାବେ ରାଫେଲ୍ ଜେଟ୍ ପ୍ରବେଶ କରାଇବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ସେପ୍ଟେମ୍ବର ୧୦ ତାରିଖ ଦିନ ଅମ୍ବାଲା ଏୟାର୍‌ବେସ୍‌ରେ ଭାରତୀୟ ବାୟୁସେନା ଆନୁଷ୍ଠାନିକ ଭାବେ ରାଫେଲ୍ ଲଢୁଆ ଜେଟ୍‌ ପ୍ରବେଶ କରାଇବ ବୋଲି ଶୁକବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲିଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି।

ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ, ସେପ୍ଟେମ୍ବର ୪ ରୁ ୬ ତାରିଖ ପର୍ଯ୍ୟନ୍ତ ରୁଷ୍‌ରେ ଆୟୋଜନ କରାଯାଉଥିବା ‘ସାଙ୍ଘାଇ କୋପରେସନ୍ ଅର୍ଗାନାଇଜେସନ୍’ ସଦସ୍ୟ ଦେଶମାନଙ୍କ ପ୍ରତିରକ୍ଷାମନ୍ତ୍ରୀମାନଙ୍କ ବୈଠକରେ ରାଜାନଥ ସିଂହ ଯୋଗ ଦେବେ। ସେଠାରୁ ଫେରିବା ପରେ ରାଫେଲ୍ ଜେଟ୍‌ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ କରିବେ।

Image Courtesy of Zee News

ବରାଦ ଦିଆଯାଇଥିବା ୩୬ଟି ରାଫେଲ୍ ଲଢୁଆ ଜେଟ୍‌ରୁ ଜୁଲାଇ ୨୯ ତାରିଖ ଦିନ ୫ଟି ଆସି ଅମ୍ବାଲା ଏୟାର୍‌ବେସ୍‌ରେ ପହଞ୍ଚିଛି। ରାଫେଲ୍ ଜେଟ୍‌ ପହଞ୍ଚିବା ବ‌େଳେ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର୍‌ ମାର୍ସାଲ୍‌ ଆର୍‌କେଏସ୍ ଭଦୌରିଆ ଏବଂ ବାୟୁସେନାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କିନ୍ତୁ, ଆନୁଷ୍ଠାନିକ ପ୍ରବେଶ ଉତ୍ସବ ଅନ୍ୟ ଦିନ ଲାଗି ରଖାଯାଇଥିଲା।

ଏହି ୫ଟି ରାଫେଲ୍‌ ହେଉଛନ୍ତି ବାୟୁସେନାର ‘ଗୋଲ୍‌ଡେନ୍ ଆରୋଜ୍’ ନାମରେ ସୁପରିଚିତ ୧୭ ସ୍କ୍ବାଡର୍ଣ୍ଣର ଅଂଶବିଶେଷ।

 

ସମ୍ବନ୍ଧିତ ଖବର