ଦେଶର ବାୟୁ ପ୍ରତିରକ୍ଷା ଦାୟିତ୍ୱ ଭାରତୀୟ ବାୟୁସେନାର । ଭାରତୀୟ ସୀମାରେ ଏକ ବହୁସ୍ତରୀୟ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରାଯାଇଛି। ଭାରତୀୟ ବାୟୁସେନା ପାଖରେ ଦୀର୍ଘ ଦୂରତା, ମଧ୍ୟମ ଦୂରତା ଓ କ୍ଷୁଦ୍ର ଦୂରତା ରେଞ୍ଜ ବିଶିଷ୍ଟ ରାଡାର ସମେତ ସମସ୍ତ ପ୍ରକାର ରାଡାର ରହିଛି। ଏହି ରାଡାର ମୁତୟନ ଏପରି କରାଯାଇଛି ଯେ ଶତ୍ରୁପକ୍ଷର ଗତିବିଧି ସେମାନଙ୍କଠାରୁ ଲୁଚି ରହିପାରିବ ନାହିଁ । ସେମାନେ ବିନା ବିରତିରେ ୨୪ ଘଣ୍ଟା ସକ୍ରିୟ ରୁହନ୍ତି। ଏବେ ଭାରତୀୟ ସୀମାର ସୁରକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିମ୍ନସ୍ତରୀୟ ପରିବହନଯୋଗ୍ୟ ରାଡାର କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛି। ମାର୍ଚ୍ଚ ୧୨ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦିଲ୍ଲୀରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହିତ ୨୯୦୬ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି । ଏହି ରାଡାରକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି ।
ଏଲଏଲଟିଆର (ଅଶ୍ୱିନୀ) ହେଉଛି ଏକ ସକ୍ରିୟ ଇଲେକ୍ଟ୍ରୋନିକ ଫେଜ୍ ଆରେ ମଲ୍ଟିଫଙ୍କସନ ରାଡାର । ଏହି ରାଡାର ଶତ୍ରୁ ପକ୍ଷର ଯେ କୌଣସି ଲଢୁଆ ବିମାନ ଓ ଡ୍ରୋନକୁ ଟ୍ରାକ୍ କରିପାରିବ । ହାଇସ୍ପିଡ୍ ଡ୍ରୋନ୍ ଓ ଧୀରେ ଧୀରେ ଚାଲୁଥିବା ହେଲିକପ୍ଟର ଏହି ରାଡାରର ସତର୍କ ପ୍ରହରାରୁ ବର୍ତ୍ତି ପାରିବେ ନାହିଁ।
ଏଲଏଲଟିଆର (ଅଶ୍ୱିନୀ) ହେଉଛି ଏକ ସକ୍ରିୟ ଇଲେକ୍ଟ୍ରୋନିକ ଫେଜ୍ ଆରେ ମଲ୍ଟିଫଙ୍କସନ ରାଡାର । ଏହି ରାଡାର ଶତ୍ରୁ ପକ୍ଷର ଯେ କୌଣସି ଲଢୁଆ ବିମାନ ଓ ଡ୍ରୋନକୁ ଟ୍ରାକ୍ କରିପାରିବ । ହାଇସ୍ପିଡ୍ ଡ୍ରୋନ୍ ଓ ଧୀରେ ଧୀରେ ଚାଲୁଥିବା ହେଲିକପ୍ଟର ଏହି ରାଡାରରୁ ବର୍ତ୍ତି ପାରିବେ ନାହିଁ। ଏହାର ରେଞ୍ଜ ୨୦୦ କିଲୋମିଟର । ଏହା ୩୦ ମିଟରରୁ ୧୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳକୁ ସ୍କାନ୍ କରିପାରିବ। ଖାସ୍ କଥା ହେଉଛି ଏହି ରାଡାରରେ ଆଇଡେଣ୍ଟିଫିକେସନ୍ ଫ୍ରେଣ୍ଡ ବା ଫୋକୁ ଇଣ୍ଟିଗ୍ରେଟେଡ୍ କରାଯାଇଛି, ଯାହା ଉଭୟ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଶତ୍ରୁ ବିମାନକୁ ଚିହ୍ନଟ କରିପାରିବ। ଏହି ମୋବାଇଲ ରାଡାରରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ କାଉଣ୍ଟରମେଜର କ୍ଷମତା ରହିଛି । ଏହି ରାଡାରକୁ ଯେକୌଣସି ଅଞ୍ଚଳର ଯୁଦ୍ଧ କ୍ଷେତ୍ରରେ ମୁତୟନ କରାଯାଇପାରିବ । ଏହା -୨୦ ଡିଗ୍ରୀରୁ ୫୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ସହଜରେ କାର୍ଯ୍ୟ କରିପାରିବ ।