ଆଉ ୧୫ ଦିନ ପରେ ଭାରତୀୟ ବାୟୁସେନାରେ ସାମିଲ ହେବ ସର୍ବପ୍ରଥମ ଲଢ଼ୁଆ ରାଫେଲ୍‌ ଜେଟ୍‌

ନୂଆଦିଲ୍ଲୀ: ଆଉ ୧୫ ଦିନ ପରେ, ଅର୍ଥାତ୍‌ ଚଳିତ ସେପ୍ଟେମ୍ବର ୧୯ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ଫ୍ରାନ୍ସ ନିର୍ମିତ ସର୍ବପ୍ରଥମ ଲଢ଼ୁଆ ରାଫେଲ୍‌ ଜେଟ୍‌। ସେପ୍ଟେମ୍ବର ୧୯ ତାରିଖରେ ଫ୍ରାନ୍ସ ପ୍ରଥମ ରାଫେଲ ଜେଟ ଭାରତକୁ ହସ୍ତାନ୍ତର କରିବ। ଆଉ ସେଇଦିନ ହିଁ ଫ୍ରାନ୍ସର ମେରିଗ୍‌ନାକ୍‌ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ରାଫେଲ ଜେଟ୍‌କୁ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଯିବ। ଫ୍ରାନ୍ସ ଠାରେ ଆୟୋଜିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆ ଯୋଗ ଦେବେ। ପରବର୍ତ୍ତୀ ସମୟରେ ଆସନ୍ତା ୨୦୨୦ ଏପ୍ରିଲ- ମେ ମାସ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଆଉ ୪ଟି ଲଢ଼ୁଆ ରାଫେଲ ଜେଟ୍‌ ଫ୍ରାନ୍ସ ଭାରତୀୟ ବାୟୁସେନାକୁ ଯୋଗାଇଦେବ।

News Nation

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୋଦି ସରକାର ୨୦୧୬ ସେପ୍ଟେମ୍ବର ମାସରେ ଫ୍ରାନ୍ସ ଠାରୁ ୫୯,୦୦୦ କୋଟି ବିନିମୟରେ ୩୬ଟି ଲଢ଼ୁଆ ରାଫେଲ ଜେଟ୍‌ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ। ଭାରତୀୟ ବାୟୁସେନାରେ ରାଫେଲ ଜେଟ୍‌ ସାମିଲ ହେବା ପରେ ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ହେବା ସହ ବିଶ୍ୱସ୍ତରୀୟ ହୋଇଯିବ।

ସମ୍ବନ୍ଧିତ ଖବର