ମୁମ୍ବାଇ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନାର ଶକ୍ତିକଥା ସମଗ୍ର ବିଶ୍ବ ଦେଖିଥିଲା । ଉପରକୁ ଯେତେ ବଡ଼ ବଡ଼ ଦାବି କଲେ ବି ନିଜେ ପାକିସ୍ତାନ ଭିତରେ ଭିତରେ ଏକଥା ଅନୁଭବ କରୁଥିବ । ଏବେ ଭାରତୀୟ ବାୟୁସେନାର ସମ୍ମାନ ଆହୁରି ବଢିବାକୁ ଯାଉଛି । ବ୍ରିଟିସ ବାୟୁସେନାର ପାଇଲଟ ମାନଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପାଇଲଟ୍ । ଏକଥା ଆଉ କେହି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।
ଗୁରୁବାର ବ୍ରିଟିସ୍ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ମୋଦୀ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି “ ଆମର ପ୍ରତିରକ୍ଷା ସହଯୋଗ ମଧ୍ୟ ବୃଦ୍ଧି ପାଇଛି। ଆମେ ପ୍ରତିରକ୍ଷା ସହ-ଉତ୍ପାଦନ ଏବଂ ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପକୁ ସଂଯୋଗ କରିବା ଦିଗରେ ଅଗ୍ରସର ହେଉଛୁ। ପ୍ରତିରକ୍ଷା ସହଯୋଗକୁ ଆଉ ଏକ ପାଦ ଆଗକୁ ନେଇ, ଆମେ ସାମରିକ ତାଲିମ କ୍ଷେତ୍ରରେ ସହଯୋଗ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛୁ। ଏହି ଚୁକ୍ତି ଅନୁଯାୟୀ, ଭାରତୀୟ ବାୟୁସେନାର ଫ୍ଲାଇଂ ପ୍ରଶିକ୍ଷକମାନେ ୟୁକେର ରୟାଲ୍ ବାୟୁସେନାରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବେ।“
ବ୍ରିଟେନ ହିଁ ଭାରତୀୟ ବାୟୁସେନାକୁ ପ୍ରତିଷ୍ଠା କରିଥିଲା । ୧୯୩୨, ଅକ୍ଟୋବର ୮ ତାରିଖରେ ଭାରତକୁ ଶାସନ କରୁଥିବା ବ୍ରିଟିସ୍ ସରକାର ରୟାଲ ଇଣ୍ଡିଆନ ଏୟାରଫୋର୍ସ ପ୍ରତିଷ୍ଠା କରିଥିଲେ । ସ୍ବାଧୀନତା ପରେ ଏହାର ନାମ ହୋଇଥିଲା ଇଣ୍ଡିଆନ ଏୟାରଫୋର୍ସ ବା ଭାରତୀୟ ବାୟୁସେନା । ଏବେ ସମୟର ଚକ ଓଲଟିଯାଇଛି । ଭାରତୀୟ ବାୟୁସେନା ବ୍ରିଟିସ ବାୟୁସେନାକୁ ତାଲିମ ଦେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/09/untitled-30-2025-10-09-18-27-25.jpg)