ତେଲେଙ୍ଗାନାରେ ଦୁର୍ଘଟଣାଗ୍ରସ୍ତ ହେଲା ପ୍ରଶିକ୍ଷଣ ବିମାନ ‘କିରଣ’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ‘କିରଣ’ ଶୁକ୍ରବାର ତେଲେଙ୍ଗାନାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାତ୍ର ବିମାନ ଚାଳକ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ପ୍ରତିଦିନ ପରି ‘କିରଣ’ ସେଦିନ ବି ପ୍ରଶିକ୍ଷଣ ପାଇଁ ଉଡ଼ାଣ ଭରିଥିଲା। ହାକିମପେଟ୍‌ ଏୟାର୍‌ ଫୋର୍ସ ଷ୍ଟେସନ୍‌ରୁ ପାଖାପାଖି ୨ଟା ସମୟରେ ବିମାନଟି ଉଡ଼ାଣ ଭରି ୫୦ କି.ମି. ବାଟ ଅତିକ୍ରମ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା। ଏକ ଜରୁରୀକାଳିନ ଲ୍ୟାଣ୍ଡିଂ କରିବାକୁ ବିମାନ ଚାକଳ ଉଦ୍ୟମ କରୁଥିବା ବେଳେ ବିମାନଟିରୁ ହଠାତ ଭୟଙ୍କର ଶବ୍ଦ ସହ ନିଆଁ ବାହାରିଥିଲା। ତେବେ, ଏହି ବିମାନ କ୍ରାସ୍‌ କିପରି ଓ କେଉଁଥିପାଇଁ ହୋଇଛି ତାହାର ତଦନ୍ତ ଏବେ ଆରମ୍ଭ ହୋଇଛି।

 

ଉଲ୍ଲେଖଯୋଗ୍ୟ, ନିକଟରେ ସେପ୍ଟେମ୍ବର ୨୮ ତାରିଖରେ ଆଇଏଏଫ୍‌ ବିମାନ ‘କିରଣ’ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହାଇଦ୍ରାବାଦର ହାକିମପେଟ୍‌ ଏୟାର୍‌ ଫୋର୍ସ ଷ୍ଟେସନ୍‌ରୁ ଉଡ଼ାଣ ଭରିଥିବା ଉକ୍ତ ବିମାନଟି ଆଙ୍କିରେଡ୍ଡିପାଲିଠାରେ ଦୁର୍ଘଟଣାର ଶିକାର ହୋଇଥିଲା। ସେଥିରେ ମଧ୍ୟ ବିମାନ ଚାଳକ ସୁରକ୍ଷିତ ଥିଲେ। ତେବେ, ସେହି ଦୁର୍ଘଟଣାର କାରଣ ଏବେ ବି ଖୋଜା ଚାଲିିଛି। ସେହିପରି ଚଳିତବର୍ଷ ଏପ୍ରିଲ୍‌ ମାସରେ ମହାରାଷ୍ଟ୍ର୍ରରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର