ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅତ୍ୟନ୍ତ ବିଶ୍ୱସ୍ତ ଲଢ଼ୁଆ ବିମାନ ମିରାଜ୍- ୨୦୦୦ର ଏବେ ଆଧୁନିକୀକରଣ କରାଯାଇ ଏହାକୁ ପଞ୍ଚମ ପିଢ଼ିର (ଫିଫ୍ଥ ଜେନେରେସନ୍) ହାଲୁକା ଲଢ଼ୁଆ ବିମାନ ‘ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ’ (ଏଲ୍ସିଏ)ରେ ରୂପାନ୍ତରିତ କରାଯିବ ବୋଲି ଆଜି ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର ସୂଚନା ଦେଇଛନ୍ତି।
କାର୍ଗିଲ୍ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ବାୟୁସେନାର ଗୋଓ୍ଵାଲିୟର ଏୟାର ବେସ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଏୟାର ମାର୍ଶାଲ ନାମ୍ବିଆର କହିଛନ୍ତି ଯେ ସଂପ୍ରତି ଚୀନ୍ ଓ ଋଷିଆ ପଞ୍ଚମ ପିଢ଼ିର ‘ଫାଇଟର୍ ଜେଟ୍’ ନିର୍ମାଣରେ ଲାଗି ପଡ଼ିଛନ୍ତି। ‘ଚୀନ୍ ଓ ଋଷିଆ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ହାତେଇବାକୁ ଲାଗି ପଡ଼ିଥିବା ବେଳେ ଆମ ନିକଟରେ ଚତୁର୍ଥ ପିଢ଼ିର ଲଢ଼ୁଆ ବିମାନ ରହିଛି।’ ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ଭାରତୀୟ ବାୟୁସେନାର ଅତ୍ୟନ୍ତ ବିଶ୍ୱସ୍ତ ଲଢ଼ୁଆ ବିମାନ ମିରାଜ୍- ୨୦୦୦ର ଏବେ ଆଧୁନିକୀକରଣ କରାଯାଇ ଏହାକୁ ପଞ୍ଚମ ପିଢ଼ିର (ଫିଫ୍ଥ ଜେନେରେସନ୍) ହାଲୁକା ଲଢ଼ୁଆ ବିମାନ ‘ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ’ (ଏଲ୍ସିଏ)ରେ ରୂପାନ୍ତରିତ କରାଯିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି। ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ଯୋଜନା ଚୂଡ଼ାନ୍ତ ରୂପ ନେବ।
/sambad/media/post_attachments/wp-content/uploads/2019/06/mirage-2000-2-300x200.jpg)
ନିକଟରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ କରା ଯାଇଥିବା ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କାଳରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିରାଜ୍-୨୦୦୦ ନିଜ ଦକ୍ଷତାର ପ୍ରମାଣ ଦେଇ ସାରିଥିବା ବେଳେ ଏବେ ମିରାଜ୍- ୨୦୦୦ର ଆଧୁନିକୀକରଣ କରାଯାଇ ଏହାକୁ ପଞ୍ଚମ ପିଢ଼ିର (ଫିଫ୍ଥ ଜେନେରେସନ୍) ହାଲୁକା ଲଢ଼ୁଆ ବିମାନ ‘ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ’ (ଏଲ୍ସିଏ)ରେ ରୂପାନ୍ତରିତ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଏୟାର ମାର୍ଶାଲ ନାମ୍ବିଆର।