ବାୟୁସେନାରେ ଆପାଚି ଗାର୍ଡିଆନ୍‌ ଲଢ଼ୁଆ ହେଲିକପ୍ଟର ସାମିଲ ହେବା ଅବସରରେ ସେପ୍ଟେମ୍ବର ୩ରେ ମିଗ୍‌ ୨୧ ଉଡ଼ାଇବେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ନିକଟରେ ବୀରଚକ୍ର ସମ୍ମାନରେ ସମ୍ମାନିତ ଭାରତୀୟ ବାୟୁସେନାର ଚର୍ଚ୍ଚିତ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଲଢ଼ୁଆ ମିଗ୍‌ ୨୧ ବିମାନ ଉଡ଼ାଇବେ। ସେପ୍ଟେମ୍ବର ୩ ତାରିଖରେ ଭାରତୀୟ ବାୟୁସେନାରେ ବୋଇଂ ଏଏଚ୍‌-୬୪ଇ ଆପାଚି ଗାର୍ଡିଆନ୍‌ ଲଢ଼ୁଆ ହେଲିକପ୍ଟର ସାମିଲ ହେବା ଅବସରରେ ବାୟୁସେନାର ପଠାନ୍‌କୋଟ୍‌ ଏୟାର ବେସ୍‌ରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ମିଗ୍‌ ୨୧ ଲଢ଼ୁଆ ବିମାନ ଉଡ଼ାଇବେ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ଘୋଷଣା କରାଯାଇଛି।

Zee News India

ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନା ଆମେରିକା ଠାରୁ ବୋଇଂ ଏଏଚ୍‌-୬୪ଇ ଆପାଚି ଗାର୍ଡିଆନ୍‌ ଲଢ଼ୁଆ ହେଲିକପ୍ଟର କିଣିବା ପରେ ସଂପୃକ୍ତ ହେଲିକପ୍ଟର ଗୁଡ଼ିକ ଜୁଲାଇ ମାସଠାରୁ ଭାରତ ଆସି ଗାଜିଆବାଦର ହିନ୍‌ଡ଼ନ୍‌ ଏୟାର ବେସ୍‌ରେ ରଖା ଯାଇଥିଲା। ପରେ ଏହି ଲଢ଼ୁଆ ହେଲିକପ୍ଟରଗୁଡ଼ିକର ବ୍ୟାପକ ଉଡ଼ାଣ କରାଯିବା ପରେ ଏଗୁଡ଼ିକୁ ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୩ ତାରିଖରୁ ଭାରତୀୟ ବାୟୁସେନାରେ ସାମିଲ କରାଯିବା ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର