ଦେଶର ସର୍ବପ୍ରଥମ ମହିଳା ପ୍ରତିରକ୍ଷା ‘ଆଟାଚି’ ଭାବେ ମସ୍କୋରେ ନିଯୁକ୍ତି ପାଇଲେ ବାୟୁସେନାର ମହିଳା ଓ୍ଵିଙ୍ଗ୍‌ କମାଣ୍ଡର ଅଞ୍ଜଳି ସିଂହ

ନୂଆଦିଲ୍ଲୀ/ ମସ୍କୋ: ଖାଲି ଭାଷଣରେ ନୁହେଁ ବରଂ ବାସ୍ତବରେ ମଧ୍ୟ କେନ୍ଦ୍ର ସରକାର ମହିଳା ସଶକ୍ତୀକରଣକୁ ଅଗ୍ର ପ୍ରାଥମିକତା ପ୍ରଦାନ କରୁଛନ୍ତି, ଏ କଥାକୁ କାର୍ଯ୍ୟ କ୍ଷେତ୍ରରେ ପ୍ରମାଣିତ କରି ଦେଖାଇଛନ୍ତି। ଏହି କ୍ରମରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ମହିଳା ଓ୍ଵିଙ୍ଗ୍‌ କମାଣ୍ଡର ଅଞ୍ଜଳି ସିଂହଙ୍କୁ ଭାରତର ସର୍ବପ୍ରଥମ ମହିଳା ପ୍ରତିରକ୍ଷା ‘ଆଟାଚି’ ଭାବେ କୌଣସି ବୈଦେଶିକ ରାଷ୍ଟ୍ରରେ ରହିଥିବା ଭାରତୀୟ ଦୂତାବାସରେ ନିଯୁକ୍ତି ପ୍ରଦାନ କରିଛନ୍ତି, ଭାରତ ସରକାର।

ଭାରତୀୟ ବାୟୁସେନାର ମହିଳା ଓ୍ଵିଙ୍ଗ୍‌ କମାଣ୍ଡର ଅଞ୍ଜଳି ସିଂହଙ୍କୁ ଭାରତ ସରକାର ଗତ ୧୦ ତାରିଖ ଦିନ ଋଷିଆ ରାଜଧାନୀ ମସ୍କୋ ଠାରେ ଥିବା ଭାରତୀୟ ଦୂତାବାସରେ ‘ଡେପୁଟି ଏୟାର ଆଟାଚି’ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀମତୀ ସିଂହ ବିଗତ ୧୭ ବର୍ଷ ଧରି ଭାରତୀୟ ବାୟୁସେନାରେ କାର୍ଯ୍ୟରତ ରହିବା ସହ ମିଗ୍‌-୨୯ ଲଢ଼ୁଆ ବିମାନ ଉଡ଼ାଇବାରେ ବିଶେଷ ପାରଦର୍ଶିତା ଲାଭ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମହିଳା ଓ୍ଵିଙ୍ଗ୍‌ କମାଣ୍ଡର ଅଞ୍ଜଳି ସିଂହଙ୍କ ପୂର୍ବରୁ ବିଭିନ୍ନ ବୈଦେଶିକ ରାଷ୍ଟ୍ରରେ ରହିଥିବା ଭାରତୀୟ ଦୂତାବାସ ମାନଙ୍କରେ ସ୍ଥଳସେନା, ବାୟୁସେନା ଓ ନୌସେନାର ‘ଆଟାଚି’ ଭାବେ କେବଳ ମାତ୍ର ପୁରୁଷମାନଙ୍କୁ ହିଁ ନିଯୁକ୍ତି ପ୍ରଦାନ କରାଯାଇ ଆସୁଥିଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତ ସର୍ବପ୍ରଥମ ଥର ପାଇଁ ଜଣେ ମହିଳା ପ୍ରତିରକ୍ଷା ‘ଆଟାଚି’ଙ୍କୁ ଋଷିଆ ସ୍ଥିତ ଭାରତୀୟ ଦୂତାବାସରେ ଅବସ୍ଥାପିତ କରିବା ଘଟଣାକୁ ଋଷିଆ ମଧ୍ୟ ସ୍ୱାଗତ କରିଛି।

ସମ୍ବନ୍ଧିତ ଖବର