ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ଏଏନ ୩୨ ବିମାନର ଧ୍ୱଂସାବଶେଷ ଚିହ୍ନଟ ହେବାର ବେଶ କିଛି ଘଣ୍ଟା ବିତିଯାଇଥିଲେ ମଧ୍ୟ ଉକ୍ତ ସ୍ଥାନକୁ ପହଞ୍ଚିବାରେ ସଫଳ ହୋଇନାହି ବାୟୁସେନା । ଦୁର୍ଗମ ପାର୍ବତ୍ୟାଞ୍ଚଳ ଓ ଘଞ୍ଚ ଜଙ୍ଗଲ ହୋଇଥିବାରୁ ସେଠାରେ ହେଲିକାପ୍ଟର ଓହ୍ଲାଇପାରୁନାହିଁ । ତେବେ ହେଲିକାପ୍ଟର ଓହ୍ଲାଇବା ପାଇଁ ନିକଟତମ ସ୍ଥାନକୁ ଚିହ୍ନଟ କରାଯାଇଛି । ସେଠାରେ ଆସନ୍ତା କାଲି ସକାଳେ ହେଲିକାପ୍ଟର ଓହ୍ଲାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଭାରତୀୟ ବାୟୁସେନା ଟ୍ଵିଟ କରି କହିଛି । ତେବେ ଆଜି ରାତି ସୁଦ୍ଧା ସେଠାରେ ପଦାତିକ ଯବାନମାନେ ପହଞ୍ଚିବେ ।
After identification of the wreckage of #An32 by Mi-17V5, the Cheetah of #IAF & #ALH of #IndianArmy reached the crash site. Due to high elevation & dense forest, helicopters could not land next to the crash site. 1/2
— Indian Air Force (@IAF_MCC) June 11, 2019
ସୂଚନାଯୋଗ୍ୟ ଯେ ଆଜି ଅପରାହ୍ଣରେ ଏହି ବିମାନର ଧ୍ୱଂସାବଶେଷ ମିଳିଥିବା କଥା ବାୟୁସେନା ପକ୍ଷରୁ ଘୋଷଣା କରାଯାଇଥିଲା । ବାୟୁସେନାର ଚିତା ଓ ଏମଆଇ ୧୭ ହେଲିକାପ୍ଟର ଏହାକୁ ଚିହ୍ନଟ କରିଥିଲା । ଏହା ଅରୁଣାଚଳପ୍ରଦେଶର ଲିପାଠାରୁ ୧୬ କିମ ଉତ୍ତରରେ ମିଳିଥିଲା ।