ନୂଆଦିଲ୍ଲୀ: ୧୦% ଯାଏଁ ଦେଶୀ ଜୈବ-ଜେଟ୍ ଇନ୍ଧନ ମିଶ୍ରିତ ବିମାନ ଇନ୍ଧନରେ ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନ ଚଳଇବାକୁ ଆନୁଷ୍ଠାନିକ ଭାବେ ଫ୍ଲିଟ୍ ସାର୍ଟିଫିକେଟ୍ ଦିଆଯାଇଛି। ଏହି ଆନୁଷ୍ଠାନିକ ଅନୁମୋଦନକୁ ଏୟାର୍ କମାଣ୍ଡର୍ ସଞ୍ଜୀବ ଘୁରାତିଆ ଚଣ୍ଡୀଗଡ଼ସ୍ଥିତ ଏରୋ-ଇଞ୍ଜିନ୍ ଟେଷ୍ଟ୍ କେନ୍ଦ୍ରରେ ଗ୍ରହଣ କରିଛନ୍ତି।
ଜନଜାତି ଅଞ୍ଚଳ ଏବଂ ଚାଷୀଙ୍କ ଠାରୁ ସଂଗୃହୀତ ତୈଳବୀଜରୁ ଉତ୍ପାଦିତ ଏହି ସବୁଜ ଇନ୍ଧନକୁ ଭାରତୀୟ ବାୟୁସେନା ବର୍ଷେ ହେବ ପରୀକ୍ଷା କରୁଥିଲା। ବେସାମରିକ ବିମାନ ଚଳାଚଳ ସେକ୍ଟର୍ରେ ପରୀକ୍ଷାଗାର ନ ଥିବାରୁ ୨୦୧୩ରେ ଡେରାଡୁନ୍ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍ ଲ୍ୟାବ୍ରୁ ଉତ୍ପାଦିତ ଏହି ଜୈବ-ଜେଟ୍ ଇନ୍ଧନ ପରୀକ୍ଷା କରାଯାଇ ପାରି ନ ଥିଲା।
ଏହି ଇନ୍ଧନ ପରୀକ୍ଷା କରି ସାର୍ଟିଫିକେଟ୍ ପାଇବାକୁ ଭାରତୀୟ ବାୟୁସେନା ଟେଷ୍ଟ୍ କ୍ରୁ ଓ ଇଞ୍ଜିନିୟର୍ମାନଙ୍କ ସମେତ ତା’ର ସବୁ ସମ୍ବଳ ଲଗାଇ ଦେଇଥିଲା।