ଚୁରୁ: ରାଜସ୍ଥାନର ଚୁରୁ ଜିଲ୍ଲା ନିକଟରେ ଭାରତୀୟ ବାୟୁସେନାର ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପାଇଲଟ୍ଙ୍କ ସମେତ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ଘଟିବା ପରେ ପୁଲିସ୍ ଏବଂ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ।
ତେବେ ଏନେଇ ଚୁରୁ ପୁଲିସ୍ ଅଧିକ୍ଷକ କହିଛନ୍ତି ଯେ ଘଟଣାସ୍ଥଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଆକାଶରେ ଏକ ଜୋରଦାର ଶବ୍ଦ ଶୁଣିବାକୁ ମିଳିଥିଲା, ତା’ପରେ କ୍ଷେତରୁ ନିଆଁ ଏବଂ ଧୂଆଁ ଉଠିଥିଲା। ଭାନୁଦା ଗାଁରେ ଏହି ଦୁର୍ଘଟଣା ଘଟିଥିଲା।
ବିମାନର ଭଗ୍ନାବଶେଷ ନିକଟରୁ ଜଣେ ପାଇଲଟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଏବଂ ଏହା ଗୁରୁତର ଭାବରେ କ୍ଷତିଗ୍ରସ୍ତ ଅବସ୍ଥାରେ ମିଳିଥିଲା। ତେବେ ପାଇଲଟ୍ଙ୍କ ବ୍ୟତୀତ ଅନ୍ୟ ଜଣଙ୍କ ମୃତଦେହ ବି ଉଦ୍ଧାର ହୋଇଥିବା ସୂଚନା ରହିଛି। ସେନା ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ମୃତଦେହର ଚିହ୍ନଟ କରାଯାଉଛି।
ଦୁର୍ଘଟଣାର ଖବର ପ୍ରସାରିତ ହେବା ମାତ୍ରେ ରତନଗଡ଼ରେ ଆତଙ୍କ ଖେଳିଗଲା। କଲେକ୍ଟର ଅଭିଷେକ ସୁରାନା ଏବଂ ସ୍ଥାନୀୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ଗାଁ ଲୋକେ କହିଛନ୍ତି ଯେ ଦୁର୍ଘଟଣା ଯୋଗୁଁ କ୍ଷେତରେ ନିଆଁ ଲାଗିଥିଲା, ଯାହାକୁ ସେମାନେ ନିଜେ ଲିଭାଇବାକୁ ଚେଷ୍ଟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/09/new-project-3-2025-07-09-14-33-05.jpg)