ଚୀନ୍‌ର ନିଦ ହଜାଇଲା ଭାରତର ସୁଖୋଇ ସୁ-୩୦ ଲଢ଼ୁଆ ବିମାନ; ଗୁଇନ୍ଦା ବିମାନ ଚେଙ୍ଗୁଡ଼ୁ ଜେ-୨୦କୁ ଠାବ କରି ନିମିଷକେ ଧ୍ୱଂସ କରିବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଏବେ ସୁଖୋଇ ସୁ-୩୦ ଏମ୍‌କେଆଇ ଲଢ଼ୁଆ ବିମାନ ସାମିଲ ହୋଇ କାର୍ଯ୍ୟକ୍ଷମ ହେବା ପରେ ଏବେ ପଡ଼ୋଶୀ ଚୀନ୍‌ ଆଖିରୁ ନିଦ ହଜି ଯାଇଛି। କାରଣ, ଚୀନ୍‌ର ପିପୁଲସ୍‌ ଲିବରେସନ୍‌ ଆର୍ମି ଏୟାର ଫୋର୍ସ ପକ୍ଷରୁ ବ୍ୟବହାର କରୁଥିବା ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଗୁଇନ୍ଦା ବିମାନ ଚେଙ୍ଗୁଡ଼ୁ ଜେ-୨୦ ବିମାନକୁ ଭାରତର ସୁଖୋଇ ସୁ-୩୦ ଏମ୍‌କେଆଇ ଲଢ଼ୁଆ ବିମାନ ଆକାଶ ପଥରେ ଠାବକରି ଧ୍ୱଂସ କରିବାର କ୍ଷମତା ରଖିଛି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚୀନ୍‌ର ପିପୁଲସ୍‌ ଲିବରେସନ୍‌ ଆର୍ମି ଏୟାର ଫୋର୍ସ ଗୁଇନ୍ଦା ବିମାନ ଚେଙ୍ଗୁଡ଼ୁ ଜେ-୨୦ ବିମାନକୁ ବ୍ୟବହାର କରି ଭାରତୀୟ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆକାଶ ପଥରେ ଥାଇ ଭାରତୀୟ ସୀମା ମଧ୍ୟରୁ ଅନେକ ସାମରିକ ଗୁପ୍ତ ତଥ୍ୟ ଚୋରାଇ ନେବାରେ ସମର୍ଥ ହୋଇଥିବା। ଚୀନ୍‌ର ଏହି ଚେଙ୍ଗୁଡ଼ୁ ଜେ-୨୦ ଗୁଇନ୍ଦା ବିମାନଗୁଡ଼ିକ ଏମିତି ଜ୍ଞାନକୌଶଳରେ ନିର୍ମିତ ହୋଇଥିଲା ଯେ କୌଣସି ରାଡାର୍‌ ଏହାକୁ ଠାବ କରିବାରେ ସମର୍ଥ ହେଉ ନଥିଲା। ଏହି ପରିପ୍ରେକ୍ଷୀରେ ଚୀନ୍‌ ଏହି ଚେଙ୍ଗୁଡ଼ୁ ଜେ-୨୦ ଗୁଇନ୍ଦା ବିମାନଗୁଡ଼ିକୁ ବ୍ୟବହାର କରି ଦେଶର ଉତ୍ତରପୂର୍ବାଞ୍ଚଳ ସୀମା ଉପରେ ବିଶେଷ କରି ତିବ୍ଦତ ଉପରେ ଉଡ଼ାଇବା ସହ ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିଲା।
ଏହି ସମସ୍ୟାର ସମାଧାନ ପାଇଁ ଏବେ ଭାରତୀୟ ବାୟୁସେନା ସୁଖୋଇ ସୁ-୩୦ ଏମ୍‌କେଆଇ ଲଢ଼ୁଆ ବିମାନ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛି। କାରଣ, ସୁଖୋଇ ସୁ-୩୦ ଏମ୍‌କେଆଇ ଲଢ଼ୁଆ ବିମାନ ଆଖିରୁ କୌଣସି ବି ଉପାୟରେ ଖସି ଯିବାରେ ସମର୍ଥ ହେବ ନାହିଁ, ଚୀନ ପିପୁଲସ୍‌ ଲିବରେସନ୍‌ ଆର୍ମି ଏୟାର ଫୋର୍ସର ଗୁଇନ୍ଦା ବିମାନ ଚେଙ୍ଗୁଡ଼ୁ ଜେ-୨୦। ଭାରତର ସୁଖୋଇ ସୁ-୩୦ ଏମ୍‌କେଆଇ ଲଢ଼ୁଆ ବିମାନ ଆକାଶ ପଥରେ ଚେଙ୍ଗୁଡ଼ୁ ଜେ-୨୦ ଠାବକରି ନିମିଷକ ମଧ୍ୟରେ ଧ୍ୱଂସ କରିବା। ଖାଲି ଏତିକି ନୁହେଁ, ସୁଖୋଇ ସୁ-୩୦ ଏମ୍‌କେଆଇ ଲଢ଼ୁଆ ବିମାନରେ ଲାଗିଥିବା ଅତ୍ୟାଧୁନିକ ରାଡାର୍‌ ଏକକାଳୀନ ସାତଟି ଲକ୍ଷ୍ୟକୁ ଠାବ କରି ସଫଳତାର ସହ ତାହାକୁ ଧ୍ୱଂସ କରିବ।

ସମ୍ବନ୍ଧିତ ଖବର