ୱାସିଂଟନ୍: ଆମେରିକା ସରକାରରେ ଚାଲିଥିବା ଅଚଳାବସ୍ଥାର ତୃତୀୟ ଦିନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବିବାଦୀୟ ଟ୍ବିଟ୍ କରି କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ‘ହ୍ବାଇଟ୍ ହାଉସ୍ରେ ମୁଁ ପୂରା ଏକୁଟିଆ, ଅଚଳାବସ୍ଥାର ଅବସାନ ପାଇଁ ଡେମୋକ୍ରାଟ୍ସମାନେ ମଧ୍ୟ ମୋ ପାଖକୁ ଆସୁନାହାନ୍ତି। ଦେଶର ସୁରକ୍ଷା ପାଇଁ ଡେମୋକ୍ରାଟ୍ସ ଆସିବାକୁ ମୁଁ ଅପେକ୍ଷା କରିଛି’ ବୋଲି ଟ୍ରମ୍ପ୍ ଟ୍ବିଟ୍ କରିବା ପରେ ଏହାକୁ ନେଇ ଟ୍ରମ୍ପ୍ଙ୍କୁ ଟ୍ବିଟର୍ରେ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଟ୍ରମ୍ପ୍ ଆମେରିକା-ମେକ୍ସିକୋ ସୀମାରେ ପାଚେରି ନିର୍ମାଣ ପାଇଁ ଯେଉଁ ଅର୍ଥ ବରାଦ କରିଥିଲେ, ଡେମୋକ୍ରାଟ୍ସଙ୍କ ବିରୋଧ ଯୋଗୁ ତାହା ମଞ୍ଜୁର ହୋଇପାରି ନାହିଁ। ଏହାସହିତ ସାଧାରଣ ଖର୍ଚ୍ଚ ବିଲ୍ରେ ମଧ୍ୟ ଟ୍ରମ୍ପ୍ ଦସ୍ତଖତ କରୁନଥିବାରୁ ସମସ୍ୟା ବଢ଼ିଯାଇଛି। ବିଭିନ୍ନ ସଂସ୍ଥାକୁ ହଠାତ୍ ପାଣ୍ଠି ବନ୍ଦ ହେବାରୁ ଆମେରିକାରେ ଅଚଳାବସ୍ଥା ଦେଖିବାକୁ ମିଳିଛି।
ହ୍ବାଇଟ୍ ହାଉସ୍ରେ ମୁଁ ପୂରା ଏକୁଟିଆ:ବଡ଼ଦିନରେ ଟ୍ରମ୍ପ୍ଙ୍କ ବିବାଦୀୟ ଟ୍ବିଟ୍
/sambad/media/post_attachments/wp-content/uploads/2018/12/US_President_Donald_Trump_REUTERS__1542567739.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)