ଟିନା ଡାବିଙ୍କ ପରେ ଏବେ ତାଙ୍କ ପୂର୍ବତନ ସ୍ବାମୀ ବି ବାଛିନେଲେ ଜୀବନସାଥୀ

ନୂଆଦିଲ୍ଲୀ: ୨୦୧୫ ବ୍ୟାଚର ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ପୁଣି ବାହା ହେବାକୁ ଯାଉଛନ୍ତି ବୋଲି ତ ଆପଣ ଜାଣି ସାରିଲେଣି। ତେବେ ସେ କାହାକୁ ବାହା ହେବାକୁ ଯାଉଛନ୍ତି ସେକଥା ଜାଣିଛନ୍ତି ତ? ସେ ନିଜେ ଜଣେ ଆଇଏସ୍‌ ଅଧିକାରୀ ହୋଇଥିବା ବେଳେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ଜଣେ ଡାକ୍ତର। ଆଥାର ବିବାହ କରିବାକୁ ଯାଉଥିବା ମହିଳାଙ୍କ ନାମ ଡା.ମେହରିନ କାଜି।

ଏହି ଖବର ଉଭୟ ଆଥାର ଓ ଡା.ମେହରିନ ‌ନିଜ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଦୁହିଁଙ୍କ ଫଟୋ ସହିତ ଏକ ଖବର ପୋଷ୍ଟ କରିବା ପରେ କଥା ପଦାକୁ ଆସିଛି। ମେହରିନ ଲେଖିଛନ୍ତି ଯେ, ସେ ଖୁବ ଶୀଘ୍ର ଆଥାରଙ୍କୁ ବିବାହ କରିବାକୁ ଯାଉଛନ୍ତି।

୨୦୧୮ ମସିହାରେ ଆଇଏଏସ୍ ଅଥର ଖାନ ଟିନା ଡାବିଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଆଥାର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିି ନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ପରେ ଚଳିତବର୍ଷ ଏପ୍ରିଲ୍‌ ୨୦ ତାରିଖରେ ଆଇଏଏସ୍‌ ପ୍ରଦୀପ ଗୱାଣ୍ଡେଙ୍କୁ ଦ୍ବିତୀୟ ବିବାହ କରିଥିଲେ ଟିନା।

ସମ୍ବନ୍ଧିତ ଖବର