ସେୟାର ନିବେଶ ତଥ୍ୟ ଦେବେ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍ଏସ୍‌

ନୂଆଦିଲ୍ଲୀ : ସେୟାର ବଜାର ନିବେଶ ବିଷୟରେ ତଥ୍ୟ ଦେବାକୁ କେନ୍ଦ୍ର ସରକାର ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ କହିଛନ୍ତି। କୌଣସି ଗୋଟିଏ ବର୍ଷରେ ନିଜ ଛଅ ମାସ ମୂଳ ବେତନଠାରୁ ଅଧିକ ଟଙ୍କା କୌଣସିଠାରେ ନିବେଶ କରିଥିଲେ ସେବିଷୟରେ ଅଧିକାରୀମାନେ ସରକାରଙ୍କୁ ଜଣାଇବେ। ତିନି ସର୍ବଭାରତୀୟ ସେବାର ଅଧିକାରୀମାନଙ୍କୁ ଏହି ନିୟମ ପାଳନ କରିବାକୁ କୁହାଯାଇଛି। ପ୍ରତିବର୍ଷ ସେମାନେ ସରକାରଙ୍କୁ ଏହି ତଥ୍ୟ ଦେବେ।

ନିୟମ ଅନୁସାରେ ଏହି ତିନି ସର୍ବଭାରତୀୟ ସେବାର କୌଣସି ଅଧିକାରୀ ସେୟାର କିମ୍ବା ଷ୍ଟକ୍‌ର ପୂର୍ବାନୁମାନ କରିପାରିବେ ନାହିଁ। କିନ୍ତୁ‌ ବ୍ରୋକର୍‌ମାନଙ୍କ ଜରିଆରେ ସେମାନେ ନିବେଶ କରିପାରିବେ। କୌଣସି ଷ୍ଟକ, ସେୟାର କିମ୍ବା ପ୍ରତିଭୂତିକୁ ବାରମ୍ବାର କିଣାବିକା କରିବାକୁ ମଧ୍ୟ ପୂର୍ବାନୁମାନ ବିଚାର କରାଯିବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର