୫୬ ବର୍ଷ ବୟସରେ ବରିଷ୍ଠ ସାମ୍ବାଦିକଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଆଇଏଏସ ଅଧିକାରୀ

ଭୋପାଳ: ରାଜସ୍ଥାନର ଆଇଏଏସ୍ ଟିନା ଡାବି ଏବଂ ପ୍ରଦୀପ ଗାୱାଣ୍ଡେଙ୍କ ବିବାହ ଆଜିକାଲି ଚର୍ଚ୍ଚାରେ ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ଆଇଏଏସ୍ ମଧ୍ୟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି | ଏହି ମହିଳା ଆଇଏଏସଙ୍କ ନାମ ହେଉଛି ଶୈଳବାଳା ମାର୍ଟିନ | ସେ ବରିଷ୍ଠ ସାମ୍ବାଦିକ ଡକ୍ଟର ରାକେଶ ପାଠକଙ୍କୁ ବିବାହ କରିବେ ବୋଲି ଜଣାପଡିଛି | ୫୬ ବର୍ଷୀୟ ଶୈଳବାଳା ମାର୍ଟିନ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ହୋଇଥିବାବେଳେ ୫୭ ବର୍ଷୀୟ ରାକେଶ ପାଠକ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ |

ଶୈଳବାଳା ଅବିବାହିତ ଥିବାବେଳେ ରାକେଶ ପାଠକଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ଏକ ରୋଗରେ ତାଙ୍କ ପତ୍ନୀଙ୍କର ୭ ବର୍ଷ ପୂର୍ବେ ଦେହାନ୍ତ ହୋଇଥିଲା। ରାକେଶ ପାଠକଙ୍କର ଦୁଇଟି ଝିଅ ଥିବାବେଳେ ଶୈଳବାଳା ଇନ୍ଦୋରର ବାସିନ୍ଦା ହୋଇଥିବାବେଳେ ରାକେଶ ପାଠକ ଗ୍ୱାଲିଅରର ବାସିନ୍ଦା। କୁହାଯାଉଛି ଯେ ଏକ ଟିଭି ବିତର୍କ ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା | ଆଉ ଏବେ ଡକ୍ଟର ରାକେଶ ପାଠକ ସୋସିଆଲ ମିଡିଆରେ ଶୈଳବାଳା ମାର୍ଟିନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି |

ରାକେଶ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, “ପ୍ରିୟ ବନ୍ଧୁଗଣ, ଆଜି ମୁଁ ମୋର ଖୁସି ଏବଂ ଦୁଃଖର ସାଥୀ ମିସ୍ ଶୈଳବାଳା ମାର୍ଟିନଙ୍କ ସହ ପରିଚିତ କରାଉଛି । ଶୈଳ ଜି ଇନ୍ଦୋରର ବାସିନ୍ଦା ହୋଇଥିବାବେଳେ ଜିଲ୍ଲାପାଳ ସହ ବିଭିନ୍ନ ନିଗମର କମିଶନର ଭାବେ କାର୍ଯ୍ୟ କରିଛନ୍ତି | ସେ ଏବେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଥିବାବେଳେ ଆମେ ପ୍ରାୟ ଦୁଇ ବର୍ଷ ହେଲା ବନ୍ଧୁ ହୋଇଛୁ | ବର୍ତ୍ତମାନ ଆମେ ପତି-ପତ୍ନୀ ହେବାକୁ ଯାଉଛୁ’ |

ସମ୍ବନ୍ଧିତ ଖବର