ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ଦେବା ବିଷୟରେ ଭାବିବା ଏବଂ ଏଥିରେ ସଫଳ ହେବା ୨ଟି ଭିନ୍ନ କଥା। କେହି କେହି ନିଜର ୟୁପିଏସସି ପରୀକ୍ଷା ପାସ୍ କରିବାର ସ୍ବପ୍ନକୁ ଅଧାରୁ ଛାଡ଼ିଦିଅନ୍ତି ତ କେହି କେହି ନିଜ ସ୍ବପ୍ନକୁ ପୂରଣ ନକରିବା ପର୍ଯ୍ୟନ୍ତ ପରିଶ୍ରମ କରିବାରେ ଲାଗିପଡ଼ିଥାନ୍ତି। ସ୍ବପ୍ନ ସାକାର କରିବା ପାଇଁ ଅନେକ ବଳିଦାନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଠିମ୍ ଯେମିତି ଆଇଏଏସ୍ ନେହା ବ୍ୟଦୱାଲଙ୍କ ପରି।
ବାପାଙ୍କ ଭଳି ସିଭିଲ ସର୍ଭିସରେ ଯୋଗ ଦେବାକୁ ଇଚ୍ଛା ଥିଲା। ହେଲେ ଏହି ଇଚ୍ଛାକୁ ପୂରଣ କରିବାର ରାସ୍ତା ଥିଲା କଠିନ। ଆଇଏଏସ୍ ହେବା ପାଇଁ ନେହା ୩ଥର ବିଫଳ ହୋଇଥିଲେ। ୨ଥର ପ୍ରିଲିମ୍ରେ ଫେଲ୍ ହେବା ସହ ତୃତୀୟ ଥର ମେନ୍ସରେ ଫେଲ୍ ହୋଇଥିଲେ। ବିଫଳତା ପରେ ଭାଙ୍ଗି ପଡ଼ିବା ପରିବର୍ତ୍ତେ ସେ ନିଜ ଭୁଲ କେଉଁଠି ରହୁଛି ତାହା ଖୋଜିଥିଲେ। ଏହା ପରେ ସେ ଫୋନ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଲେ। ଫୋନ୍ ସହ ବ୍ରେକ୍ ଅପ କରିବା ପରେ ସେ ପାଠପଢ଼ା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିପାରିଥିଲେ, ଯାହା ଦ୍ବାରା ତାଙ୍କୁ ସଫଳତା ମିଳିଥିଲା। ସେ ଅଲ୍ ଇଣ୍ଡିଆ ରାଙ୍କ(ଏଆଇଆର) ୫୬୯ରଖି ଆଇଏଏସ୍ ହୋଇଥିଲେ। ଏବେ ତାଙ୍କର ପୋଷ୍ଟିଂ ଗୁଜରାଟରେ ହୋଇଥିବା ଜଣାଯାଇଛି।
ସୂଚନା ମୁତାବକ, ନେହା ବ୍ୟଦୱାଲ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଏବଂ ଛତିଶଗଡ଼ର-ରାୟପୁରରେ ବଢ଼ିଥିଲେ। ଜୀବନରେ ତାଙ୍କର ପ୍ରଥମ ବିଫଳତା ପଞ୍ଚମ ଶ୍ରେଣୀରେ ମିଳିଥିଲା। କିନ୍ତୁ ଫଳାଫଳ ତାଙ୍କୁ ହତାଶ କରି ନଥିଲା। ସେ ଶିଖିବା ଏବଂ ଚ୍ୟାଲେଞ୍ଜଗୁଡ଼ିକର ସାମ୍ନା କରିବା ଶିଖିଥିଲେ। ଏହା ପରେ ବାପାଙ୍କ ପୋଷ୍ଟିଂ ଭୋପାଳରେ ହେବାରୁ ସେ ଭୋପାଳ ଆସି ଇଂରାଜୀ ମିଡିୟମରେ ପଢ଼ିବା ଆରମ୍ଭ କରିଥିଲେ। ପ୍ରଥମେ ଇଂରାଜୀ କହିବାରେ ସମସ୍ୟା ହୋଇଥିଲେ ବି ସେ ଶିଖିଯାଇଥିଲେ। ବାପା ୟୁପିଏସସି ପରୀକ୍ଷା ଦେଇ ଆୟକର ବିଭାଗର ଅଧିକାରୀ ହୋଇଥିବାରୁ ନେହା ମଧ୍ୟ ୟୁପିଏସସି ପରୀକ୍ଷା ଦେବାକୁ ମନ ବଳାଇଥିଲେ।ଏବେ ନିଜ ସଫଳତା ପାଇଁ ବାପାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ନେହା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/03/tias-officer-2025-07-03-14-58-58.jpg)