ନୂଆଦିଲ୍ଲୀ: ପୁଣି ଥରେ ନିଜର ବଦଳି ଆଦେଶ ପାଇଛନ୍ତି ହରିୟାଣାର ଆଇଏଏସ୍ ଅଧିକାରୀ ଅଶୋକ ଖେମ୍କା। ହରିୟାଣା ସରକାରଙ୍କର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରାଳୟରେ ପ୍ରମୁଖ ସଚିବ ଥିବା ଆଇଏଏସ୍ ଅଧିକାରୀ ଅଶୋକ ଖେମ୍କାଙ୍କର ଏଥକର ବଦଳି ହୋଇଛି ଆର୍କାଇଭ୍ ବିଭାଗକୁ। ଉଲ୍ଲେଖଯୋଗ୍ୟ, ତାଙ୍କର ୨୮ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏହା ହେଉଛି ତାଙ୍କର ୫୩ତମ ବଦଳି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟରେ ୧୫ ମାସ ପାଇଁ କାର୍ଯ୍ୟ କରିବା ପରେ ଗତ ମାର୍ଚ୍ଚ ମାସରେ ତାଙ୍କର ବଦଳି ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରାଳୟକୁ ହୋଇଥିଲା। ପୁଣିଥରେ ୮ ମାସ ପରେ ହରିୟାଣା ସରକାର ତାଙ୍କୁ ସେଠାରୁ ଆର୍କାଇଭ ବିଭାଗକୁ ବଦଳି କରି ଦେଇଛନ୍ତି।
फिर तबादला। लौट कर फिर वहीं।
कल संविधान दिवस मनाया गया। आज सर्वोच्च न्यायालय के आदेश एवं नियमों को एक बार और तोड़ा गया। कुछ प्रसन्न होंगे।
अंतिम ठिकाने जो लगा। ईमानदारी का ईनाम जलालत।— Ashok Khemka (@AshokKhemka_IAS) November 27, 2019
‘ସମଗ୍ର ଦେଶରେ ସମ୍ବିଧାନ ଦିବସ ପାଳିତ ହେବାର ଦିନକ ମଧ୍ୟରେ ମୋତେ ମୋର ପୁରସ୍କାର ମିଳିଯାଇଛି।... ସଚ୍ଚୋଟତାର ପୁରସ୍କାର ହେଉଛି ଅପମାନ’ ବୋଲି ଟୁଇଟ୍ କରି କହିଛନ୍ତି ୧୯୯୧ ବ୍ୟାଚ୍ଚର ଏହି ଆଇଏଏସ୍ ଅଧିକାରୀ ଅଶୋକ ଖେମ୍କା।